Hot Posts

6/recent/ticker-posts

୧୩ ଟିକିଆ ହାତୀପଲର ଆକ୍ରମଣ: ଧାନ ଫସଲ ଓ ଘରକୁ ବ୍ୟାପକ କ୍ଷୟକ୍ଷତି


କଣ୍ଟାବାଞ୍ଜି, ୩୧/୧୨:ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜର ବାରବନ୍ଧ ଗାଁରେ ଗତ ରାତିରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ ଧ୍ୱଂସ ସୃଷ୍ଟି କରିଛି। ହାତୀମାନେ ଧାନ ଫସଲ ଦଳି ନଷ୍ଟ କରିବା ସହ ଗ୍ରାମର ଅନେକ ଘରକୁ ଭାଙ୍ଗିଦେଇଥିବାର ଅଭିଯୋଗ ଗ୍ରାମବାସୀମାନେ କରିଛନ୍ତି। ହାତୀପଲର ଆକ୍ରମଣରେ ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଧାନ ଫସଲ ଏବଂ ଘର ନଷ୍ଟ ହେବାର ଫଳରେ ତାଙ୍କ ଜୀବିକା ଓ ଆଶ୍ରୟ ଉପରେ ମାରକ ପ୍ରଭାବ ପଡ଼ିଛି।  ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀ ଗ୍ରାମକୁ ପହଞ୍ଚି ହାତୀମାନଙ୍କୁ ଫେରେଇବା ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନେ ହାତୀପଲକୁ ଜଙ୍ଗଳ ମୁହଁ ହେଉଥିବା ଦିଗକୁ ହଂକାଇବା ପାଇଁ ପ୍ରୟାସ କରୁଛନ୍ତି।