Hot Posts

6/recent/ticker-posts

ରେଢ଼ାଖୋଲ ରେ ୩ ହାତୀ ଙ୍କ ମୃତ୍ୟୁ, ବଦଳି ହେଲେ ରେଢ଼ାଖୋଲ ଡିଏଫଓ


 ରେଢ଼ାଖୋଲ:୫/୧୨:- ଜଙ୍ଗଲ ବିଭାଗରେ ହାତୀ ମୃତ୍ୟୁ ଘଟଣା ପରିପ୍ରେକ୍ଷିତରେ ବଡ଼ ପରିବର୍ତ୍ତନ ହୋଇଛି। ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ମୁଖ୍ୟ ଅବସ୍ଥାନରୁ ବଦଳି କରାଯାଇ ତାଙ୍କୁ ପିସିସିଏଫ୍ ଅଫିସକୁ ମନୋନୀତ କରାଯାଇଛି। ସମ୍ବଲପୁର ଜିଲ୍ଲା ଡିଏଫଓ କୁଲାଙ୍ଗେ ଗୋରଖ ଉମ୍ୟାନ୍ ଙ୍କୁ ରେଢ଼ାଖୋଲ ଡିଏଫଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। 

ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ, ତଳସ୍ତରରେ ଜିମ୍ମାଦାର କର୍ମଚାରୀମାନେ ମଧ୍ୟ ଏହି ଅବହେଳା ପାଇଁ ଆଲୋଚନାରେ ଆସିଛନ୍ତି। ମୃତ୍ୟୁ ଘଟଣାରେ ଦୁର୍ବଳତା ଦେଖାଇଥିବା କିଛି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେଥିପରି, ଜଙ୍ଗଲରେ ବିଦ୍ୟୁତ ତାର ବିଛା ଯାଇ ହାତୀ ଶିକାର ଘଟଣାରେ ସନ୍ଦିଗ୍ଧ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।  

ଏହି ଘଟଣା ଆଧାରରେ ରେଢ଼ାଖୋଲ ଜଙ୍ଗଲ ବିଭାଗର କାର୍ଯ୍ୟ ଓ ପରିଚାଳନାକୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ସଙ୍କଳ୍ପିତ। ଶିକାରୀମାନଙ୍କ ଦ୍ୱାରା ବନ୍ୟପ୍ରାଣୀ ନିର୍ଦ୍ଦୟତା ରୋକିବା ପାଇଁ କଠୋର ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।