Hot Posts

6/recent/ticker-posts

ସୋରରେ ଅବକାରୀ ବିଭାଗର ଗାଡ଼ି ଦୁର୍ଘଟଣା: ଡ୍ରାଇଭର ଓ ଏଏସଆଇ ଗୁରୁତର ଆହତ


ସୋର, ୧୦ ଡିସେମ୍ବର: ବାଲେଶ୍ୱର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ଛକ ନିକଟରେ ଖଇରା ଅବକାରୀ ବିଭାଗର ଗାଡ଼ି ଭାରସାମ୍ୟ ହରାଇ ନୟନ ଝୋଡ଼ିକୁ ଓଲଟି ଦୁର୍ଘଟଣାକୁ ଗୁଡ଼ାଇଦେଇଛି। ଏହି ଘଟଣାଟି ଗତକାଲି ଅପରାହ୍ନରେ ଘଟିଥିଲା, ଯେତେବେଳେ ଆସାମୀଙ୍କୁ ସୋର କୋର୍ଟରେ ଚାଲାଣ କରି ଖଇରା ଫେରୁଥିଲା ଗାଡ଼ିଟି। ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଓ ଆଗ ସିଟରେ ବସିଥିବା ଏଏସଆଇ ଦୁର୍ଯ୍ୟୋଧନ ବେହେରା ଗୁରୁତର ଆହତ ହୋଇଛନ୍ତି। ଏହାସହ ଗାଡ଼ିର ପଛ ସିଟରେ ବସିଥିବା କନେଷ୍ଟବଳ ଦେବାଶିଷ ମଲିକ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ଆହତଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ୍ରାଇଭର ଓ ଏଏସଆଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  

ସୂଚନା ପାଇ ଅବକାରୀ ଥାନା ଅଧିକାରୀ ସୁରଜ କୁମାର ଟୀଗା ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଅବସ୍ଥାର ଯଥାଯଥ ତଦନ୍ତ କରି ଦୁର୍ଘଟଣାର କାରଣ ବିଷୟରେ ସୂଚନା ସଂଗ୍ରହ କରୁଥିଲେ।