Hot Posts

6/recent/ticker-posts

ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା: ବୃଦ୍ଧଙ୍କ ମୃତ୍ୟୁ, ୨ ଗୁରୁତର


ଭବାନୀପାଟଣା, ୨୦ ଡିସେମ୍ବର: - କଳାହାଣ୍ଡି ଜିଲାର ଭବାନୀପାଟଣା ସଦର ଥାନା ଅଧୀନ ବନ୍ଧୋପଲା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏକ ଠିଆ ରହିଥିବା ଦଳାରେ ଏକ ମିନି ପିକଅପ ଗାଡି ଭୟାଙ୍କର ଧକ୍କା ଦେଇଥିଲା। ଫଳସ୍ୱରୁ, ୭୦ ବର୍ଷ ବୟସର ରାହେମ ତୁଲ ଖାଁ ନାମକ ବୃଦ୍ଧଙ୍କ ସ୍ଥଳରେ ମୃତ୍ୟୁ ଘଟିଥିଲା, ଏବଂ ଅଶୋକ ମହାରଣା ଓ ମୁରଲୀ ହଂସ ନାମକ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।  

ଭବାନୀପାଟଣା ସଦର ଥାନା ପୋଲିସ ଘଟଣା ସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣା ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ପୋଲିସ ତଦନ୍ତ କାର୍ଯ୍ୟରେ ଲାଗିଛନ୍ତି।  

ଧକ୍କା ଦେଇ ଚମ୍ପଟ ମାରିଥିବା ମିନି ପିକଅପ ଗାଡି ଘଟଣା ସମୟର ସିସିଟିଭି ଫୁଟେଜରେ ଧରାପଡ଼ିଛି। ପୋଲିସ ଆସାମୀ ଏବଂ ଗାଡି ସନ୍ଦାନ ପାଇଁ ତ୍ୱରିତ କାର୍ଯ୍ୟ ଜାରି ରଖିଛି।