ହିଞ୍ଜିଳିକାଟୁ, ୧୮ ଡିସେମ୍ବର:-ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି, ଯାହାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତମାନେ ଏକା ବାଇକରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କହାଯାଉଛି।
ଦୁର୍ଘଟଣା ପରେ ବେଲଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସରେ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ ଦୁଇ ଜଣ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମସିଆଖାଲି ଗ୍ରାମର ରହିବାର କହାଯାଉଛି। ହେଲେ ବାକି ଗୁରୁତର ଆହତଙ୍କ ସମ୍ପୂର୍ଣ୍ଣ ପରିଚୟ ଅଜଣା ରହିଛି।