Hot Posts

6/recent/ticker-posts

ଭାଉଜଙ୍କୁ ବଳାତ୍କାର ଅଭିଯୋଗ: ଦିଅରଙ୍କୁ ପୋଲିସ ଗିରଫ


ବୁଗୁଡ଼ା, ୧୨/୧୨: ସମ୍ପର୍କୀୟ ଭାଉଜଙ୍କୁ ବଳାତ୍କାର ଓ ଶାରୀରିକ ଶୋଷଣ କରିବାର ଅଭିଯୋଗରେ ବୁଗୁଡ଼ା ଥାନା ଅଧୀନ ତାମ୍ବିରୀ ଗ୍ରାମର ସୀମାଞ୍ଚଳ ଗୌଡ଼ଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ମହିଳାଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖି ଏହାର ଭିଡିଓ ଉତ୍ତୋଳନ କରି ଭାଇରାଲ କରିବାର ଡର ଦେଖାଇ ଦିଅର ବାରମ୍ବାର ବଳାତ୍କାର କରୁଥିଲେ।  

ସୀମାଞ୍ଚଳ କେରଳରେ ଦାଦନ ଖଟୁଥିବା ସମୟରେ ୭ ତାରିଖରେ ମହିଳାଙ୍କୁ କେରଳ ଆଣିବା ବାହାନାରେ ଭୁବନେଶ୍ୱରରେ ଛାଡ଼ି ଫେରାର ହୋଇଥିଲେ। ମହିଳା ଜଣେ ଘଟଣା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ. ୫୭୬/୨୪) ରୁଜୁ କରି ଦିଅରକୁ ଗିରଫ କରିଥିଲା ଏବଂ ତାକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। !