ଡାମାସକସ୍, ୮ ଡିସେମ୍ବର: - ସିରିଆର ଜଟିଳ ରାଜନୈତିକ ସଙ୍କଟ ମଧ୍ୟରେ ଏକ ଚକିତ ହେବା ଭଳି ଖବର ଆସିଛି। ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ବିଦ୍ରୋହୀମାନଙ୍କ ଆକ୍ରମଣରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନାନୁସାର, ବିମାନଟି ଆକାଶରେ ୫୦୦ ମିଟର ଉଚ୍ଚରୁ ଖସିପଡିଥିଲା।
ସମୟରେ ସିରିଆର ରାଜଧାନୀ ଡାମାସକସ୍ରୁ ପଳାଇବାର ଚେଷ୍ଟାରେ ଥିବା ସମୟରେ ବାଶାର ଅଲ-ଅସଦଙ୍କ ବିମାନ ଗୃହଯୁଦ୍ଧର ପରିଣତିରେ ଅକସ୍ମାତ ରାଡାରରୁ ଅଦୃଶ୍ୟ ହୋଇଥିଲା। ବିଦ୍ରୋହୀମାନଙ୍କ ଦାବି ଅନୁସାରେ, ସେମାନେ ଏହି ବିମାନକୁ ଲକ୍ଷ୍ୟ କରି ତଳକୁ ଖସାଇଦେଇଥିଲେ। ରାଷ୍ଟ୍ରପତିଙ୍କ ସାଙ୍ଗରେ ତାଙ୍କ ପରିବାର ମଧ୍ୟ ଥିଲେ ବୋଲି ସୂଚନା ମିଳିଛି।