Hot Posts

6/recent/ticker-posts

ମେଘୁଆ ପାଗ କୁ ଦେଖି : ଧାନ ଚାଷୀଙ୍କ ବଢ଼ିଲା ଚିନ୍ତା

 


ଗଞ୍ଜାମ, ୧୯/୧୨:- ଗତ ଦୁଇ ଦିନ ଧରି ପାଗ ମେଘୁଆ ହେବା ନେଇ ଗଞ୍ଜାମ ଅଞ୍ଚଳର ଚାଷୀମାନେ ଚିନ୍ତା ପ୍ରକଟ କରୁଛନ୍ତି। ଜିଲ୍ଲାର ୧୨,୪୬୨ ହେକ୍ଟର ଚାଷ ଜମିରେ ୮,୭୮୦ ହେକ୍ଟରରେ ଧାନ ଚାଷ ହୋଇଥିବାବେଳେ ବର୍ତ୍ତମାନ ସମସ୍ତ ଜମିରେ ଧାନ ପାଚିଗଲାଣି।  

ଅଧିକାଂଶ ଚାଷୀଙ୍କ ଧାନ ଜମିରେ ରହିଛି, ଏବଂ କିଛି ଧାନ ଆମଳ କରି ଘରକୁ ନେଇଯାଇଥିବା ସମୟରେ ଅନେକ ଧାନ ମାଟିରେ ପଡ଼ି ରହିଛି। ଚାଷୀମାନଙ୍କ ମତାନୁସାରେ, ଯଦି ବର୍ଷା ହୋଇଯାଏ, ଏହା ପାଚିଲା ଧାନକୁ ସଂପୂର୍ଣ୍ଣ ନଷ୍ଟ କରିଦେବ। କିଛି ଚାଷୀ ଧାନ କାଟି ଖଳାରେ ଗଦା କରିଛନ୍ତି, କିନ୍ତୁ ସେଥିରେ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। 

ମେଘୁଆ ସାଙ୍ଗକୁ ଏବେ ପବନର ଭୟ ଲାଗିଛି। ପବନ ଅଧିକ ହେଲେ ବିଲରେ ଅବସ୍ଥିତ ଅଧିକାଂଶ ଧାନ ଝଡିପଡ଼ିବା ନିଶ୍ଚିତ। ଏହାରୁ ଚାଷୀମାନଙ୍କ ସମସ୍ୟା ଆଉ ବଢ଼ିଯିବ। ଏହି ଅବସ୍ଥାରେ, ପୁଇଁତୋଳା ଗ୍ରାମର ଚାଷୀ ବୃନ୍ଦାବନ ସାହୁ ତାଙ୍କ ସ୍ପଷ୍ଟ ମତ ପ୍ରକାଶ କରିବାକୁ ଜଣାଇଛନ୍ତି, "ଭଗବାନ ହିଁ ଭରସା।"