Hot Posts

6/recent/ticker-posts

ଟ୍ରକ୍‌ ଚକ ଫାଟି ଜଳିଲା, ଅଗ୍ନିଶମ ବିଭାଗ ନିଆଁ ନିଭାଇଲା


କୋକସରା, ୧୩ ଡିସେମ୍ବର:- କଳାହାଣ୍ଡି ଜିଲାର କୋକସରା ବ୍ଲକର ଜାତୀୟ ରାଜପଥ ୨୬ ଉପରେ ଅମପାଣି ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଏକ ମାଲବୋଝେଇ ଟ୍ରକର ପଛ ଚକ ଅଚାନକ ଫାଟି ଯିବାରୁ ହଠାତ୍‌ ନିଆଁ ଲାଗି ଯାଇଥିଲା। ଘଟଣା ଶୁକ୍ରବାର ଅପରାହ୍ନରେ ଘଟିଥିଲା।  

ସ୍ଥାନୀୟ ଲୋକମାନେ ଖବର ଦେବାରୁ କୋକସରା ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘ ଓ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି, ଟ୍ରକରେ ଲାଗିଥିବା ନିଆଁକୁ ନିଭାଇଥିଲେ। ଏପି୦୭ଟିଜି ୭୦୦୯ ନମ୍ବର ଟ୍ରକ୍‌ଟି ବିଶାଖାପାଟଣାରୁ ଭବାନୀପାଟଣାକୁ ମାଲ ବୋଝେଇ ଯାଉଥିବା ବେଳେ ଏହି ଦୁର୍ଘଟନା ଘଟିଥିଲା।  

ଅଗ୍ନିଶମ ବିଭାଗର ତ୍ୱରିତ ପ୍ରତିକ୍ରିୟା ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁର୍ଘଟନାର ନିଆଁ ଆୟତ୍ତ କରାଯାଇଥିଲା। ସ୍ବଭାଗ୍ୟକ୍ରମେ କୌଣସି ମାନବୀୟ କିମ୍ବା ସାମଗ୍ରୀକ କ୍ଷୟକ୍ଷତି ହୋଇନଥିଲା।