ଵଲାଙ୍ଗୀର, ୮ ଡିସେମ୍ବର:- ଗତ ନଭେମ୍ବରରେ ବଲାଙ୍ଗୀର ଜିଲ୍ଲାରେ ଘଟିଥିବା ଶିଶୁ ବିକ୍ରି ଘଟଣା ସାରା ରାଜ୍ୟକୁ ହଇଚଇ ରେ ମୁଁହାମୁହି କରାଇ ଥିଲା। ଏହି ଘଟଣା ପ୍ରତି ସବୁରୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଦାରିଦ୍ର୍ୟର ତାଡ଼ନାରେ ଏକ ଦମ୍ପତିଙ୍କ ନିଷ୍ପତ୍ତି
ଖପ୍ରାଖୋଲ ବ୍ଲକର ସାନଗୁର୍ଜିଭଟା ଗାଁର ଅରୁଣାବତୀ ନାଗ ଏବଂ ଅମୃତା ନାଗ ଦାରିଦ୍ର୍ୟ ଓ ସାମାର୍ଥ୍ୟ ଅଭାବରେ ନିଜ ୬ମ ଶିଶୁକୁ ମଙ୍ଗଳ ସମିତିର ହାତରେ ସମର୍ପଣ କରିଛନ୍ତି। ସେମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ପ୍ରସ୍ଥାନ କରିବେ ବୋଲି ସମିତି ସମ୍ମୁଖରେ ଜାଣାଇଛନ୍ତି। ଏହି ଦମ୍ପତି ପୂର୍ବରୁ ତାଙ୍କ ୫ଟି ଶିଶୁ ପୋଷଣ କରୁଛନ୍ତି ଏବଂ ଆଉ ଏକ ଶିଶୁ ପାଳନ ପୋଷଣର ସାମର୍ଥ୍ୟ ନାହିଁ ବୋଲି ଏହି ନିଷ୍ପତ୍ତି ନେଇଛନ୍ତି।
ଶିଶୁ ବିକ୍ରି ଘଟଣା ପ୍ରକାଶ ପାଇବା ପରେ ରାୟପୁରରୁ ଶିଶୁକୁ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ଖପ୍ରାଖୋଲ ସିଏଚ୍ସିର ଏଏନ୍ଏମ୍ ମମତା ଭୋଇ, ମଧ୍ୟସ୍ଥ ଆଲୋକ ଅଗ୍ରୱାଲ ଏବଂ ଶିଶୁକୁ କିଣିଥିବା ରାଜକୁମାର ମିତ୍ତଲଙ୍କୁ ଗିରଫ କରାଯାଇଛି। ଶିଶୁଟି ଏବେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରହିଛି। ଦୁଇ ମାସ ମଧ୍ୟରେ ପରିବାର ତା’କୁ ଗ୍ରହଣ କରିବାକୁ ଆଗ୍ରହୀ ନହେଲେ, ଶିଶୁକୁ ଅନ୍ୟ କେନ୍ଦ୍ରକୁ ପଠାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ ଲମ୍ବୋଦର ଦୀପ ସୂଚନା ଦେଇଛନ୍ତି।