Hot Posts

6/recent/ticker-posts

ବାଘ ଛାଲ ବେପାର ବେଳେ ମାଡ଼ି ବସିଲା ଏସଟିଏଫ୍, କଲରାପତରିଆ ବାଘ ଛାଲ ଜବତ, ଜଣେ ଅଭିଯୁକ୍ତ ଗିରଫ


ବୌଦ୍ଧ, ୧୪/୧୨: ବୌଦ୍ଧ ଜିଲ୍ଲାର ମନମୁଣ୍ଡା-ଶଗଡା ରାସ୍ତାର ମେହେରୁନି ବ୍ରିଜ୍ ନିକଟରେ ବାଘ ଛାଲ ବେପାର ବେଳେ ଏସଟିଏଫ୍  ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ପାଖରୁ ଏକ କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଛି।  

ବିଶେଷ ସୂତ୍ରର ଖବରରୁ ଜଣାଯାଇଥିଲା ଯେ ମନମୁଣ୍ଡା-ଶଗଡା ରାସ୍ତାର ମେହେରୁନି ବ୍ରିଜ୍ ନିକଟରେ ବାଘ ଛାଲ ବେପାର ଚାଲିଥିଲା। ଏହି ଖବର ପାଇ ପହଞ୍ଚିଥିବା ଏସଟିଏଫ୍ ଟିମ୍ ତୁରନ୍ତ ଚଢାଉ କରି ଏକ ବୈଶିଷ୍ଟ୍ୟ ଯୁକ୍ତ କଲରାପତରିଆ ବାଘ ଛାଲକୁ ଜବତ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ମନମୁଣ୍ଡା ଥାନା ଅନ୍ତର୍ଗତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ।  

ନାରାୟଣ ମାଝୀ ଏହି ବାଘ ଚମଡ଼ାକୁ ବିକ୍ରି ପାଇଁ ଆଣିଥିଲେ କିମ୍ବା ସେ ନିଜେ ଏକ ଶିକାରୀ ତାହା ଏହିପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ଏସଟିଏଫ୍ ଅଧିକ ତଦନ୍ତ ଚାଲୁ ରଖିଛି। ଏହା ସହ ସଂପୂର୍ଣ୍ଣ ଚେନ୍‌କୁ ଖୋଳତାଡ଼ କରିବାକୁ ପ୍ରୟାସ କରୁଛି।