Hot Posts

6/recent/ticker-posts

ବସୁନ୍ଧରା ଯୋଜନାରେ ପରିବର୍ତ୍ତନ: ରାଜସ୍ବ ବିଭାଗର ଆଧୁନିକିକରଣ ଉପରେ ଗୁରୁତ୍ବ


ସମ୍ବଲପୁର, ୧୪/୧୨: ବସୁନ୍ଧରା ଯୋଜନାରେ ଜରୁରୀ ପରିବର୍ତ୍ତନ କରାଯାଇଛି। ଏହି ଯୋଜନାରେ ପ୍ରଦାନ କରାଯାଇଥିବା ଜମିକୁ ବିକ୍ରି କରିବାକୁ ଅନୁମତି ମିଳିବ ନାହିଁ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ଏକ ସମୀକ୍ଷା ବୈଠକ ପରେ ଏହା ସମ୍ବନ୍ଧରେ ଘୋଷଣା କରିଛନ୍ତି।  

୪ ଡିସମିଲରୁ କମ ଜମି ଥିବା ଲୋକମାନଙ୍କୁ ଭୂମିହୀନ ମନାଯିବ। ଭୂମିହୀନଙ୍କୁ ୪ ଡିସମିଲ ଯାଏଁ ଜମି ପ୍ରଦାନ କରାଯିବ। ଏହା ସହ ରାଜସ୍ବ ବିଭାଗରେ ଆଧୁନିକିକରଣ ଆଣିବାକୁ ଆରଆଇ ଓ ଅମିନମାନଙ୍କୁ ଲାପଟପ୍ ପ୍ରଦାନ କରିବାର ପ୍ରସ୍ତାବ ଦିଆଯାଇଛି।  

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରିଲିଫ୍ ଶବ୍ଦକୁ ରାଜସ୍ବ ବ୍ୟବସ୍ଥାରୁ ଉଚ୍ଛେଦ କରିବା ଉଦ୍ୟମ ଜାରି ରହିଛି। ରାଜସ୍ବ ବିଭାଗର ସମସ୍ତ କାର୍ଯ୍ୟ ଆଧୁନିକ ମାଧ୍ୟମରେ ସମ୍ପନ୍ନ କରିବାକୁ ଗୁରୁତ୍ବ ଦିଆଯାଉଛି। ଏହି ପଦକ୍ଷେପ ଚାଷୀ ଓ ଜନସାଧାରଣଙ୍କ ପାଇଁ ଉପକାରୀ ହେବା ସମ୍ଭାବନା ରହିଛି।