Hot Posts

6/recent/ticker-posts

ବଲାଙ୍ଗୀର କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ


ବଲାଙ୍ଗୀର: ବଲାଙ୍ଗୀର କାରାଗାରରେ ଜଣେ ବିଚାରାଧୀନ କଏଦୀ ଗୁରୁଦେବ ଦୀପଙ୍କ ମୃତ୍ୟୁ ଘଟିଛି। ଗୁରୁଦେବ ତୁରେକେଲା ଥାନା ଅଞ୍ଚଳର ବସିନ୍ଦା ଏବଂ ଏକ ମାମଲାରେ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର କାରାଗାରରେ ରହୁଥିଲେ। 

ଗତ ୧୯ ତାରିଖରେ ତାଙ୍କର ଶାରୀରିକ ଅବସ୍ଥା ଖରାପ ହେବାରୁ କାରାଗାର କର୍ତ୍ତୃପକ୍ଷ ତାଙ୍କୁ ଭୀମ ଭୋଇ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି।
ଏନେଇ କାରାଗାର ପକ୍ଷରୁ ଗୁରୁଦେବଙ୍କ ପରିବାରକୁ ସୂଚନା ପ୍ରଦାନ କରାଯାଇଛି। ଏହି ଘଟଣା ନେଇ ଅଧିକ ତଦନ୍ତ ଚାଲିଛି।