Hot Posts

6/recent/ticker-posts

ଢେଙ୍କାନାଳରେ ଜମି ବିବାଦକୁ ନେଇ ହତ୍ୟା: ପୁଅ ଆଖି ଆଗରେ ବାପାଙ୍କ ହତ୍ୟା


ଢେଙ୍କାନାଳ, ୮ ଡିସେମ୍ବର:- ଢେଙ୍କାନାଳ ଜିଲାର କୃଷ୍ଣପ୍ରସାଦ ଗ୍ରାମରେ ରବିବାର ଏକ ମର୍ମାନ୍ତିକ ଘଟଣା ଘଟିଛି,  ପୁଅଙ୍କ ଆଖି ଆଗରେ ଜମି ବିବାଦକୁ ନେଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି। ମୃତକ ଚତୁର୍ଭୁଜ ଜେନା ଗାଁରେ ଆଳୁ କ୍ଷେତରେ କାମ କରୁଥିବା ସମୟରେ ଏକ ଗୋଷ୍ଠୀ ଆକ୍ରମଣର ସିକାର ହେଲେ!

ଖବର ଅନୁଯାୟୀ, ୧୦ ରୁ ଅଧିକ ଲୋକ ଏକାଠି ହୋଇ ଚତୁର୍ଭୁଜ ଜେନା ଏବଂ ତାଙ୍କ ପୁଅ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଅଭାବନୀୟ ମୃତ୍ୟୁ ଘଟିଥିଲା ଏବଂ ଗୁରୁତର ଆହତ ହୋଇଥିବା ତାଙ୍କ ପୁଅ ଓମ ପ୍ରକାଶଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ଏବଂ ପରେ କଟକସ୍ଥିତ ଏସସିବି ମେଡିକାଲ କଲେଜରେ ସ୍ଥାନାନ୍ତର କରାଯାଇଛି।  

ଏହି ଆକ୍ରମଣର ପଛରେ ଜମି ବିବାଦକୁ ମୂଳ କାରଣ ବୋଲି ପୋଲିସ ସନ୍ଦେହ କରୁଛି। ମୃତ ବ୍ୟକ୍ତି ଚତୁର୍ଭୁଜ ଜେନାଙ୍କ ଶରୀରକୁ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ ଚାଲିଛି। ପୋଲିସ ଘଟଣାର ନିକୋଟତମ ତଥ୍ୟ ତଲାଶ ଓ ଦୋଷୀମାନଙ୍କୁ ଗିରଫ ପାଇଁ ତତ୍ପର ଅଛି।  

ପରିବାରବର୍ଗର ଦାବି ଅନୁସାରେ, ଜମି ବିବାଦରୁ ଗୋଷ୍ଠୀ ଆକ୍ରମଣ ପୂର୍ବରୁ ଧମକ ଦିଆଯାଇଥିଲା। ତେବେ ପୋଲିସ ଏବଂ ପ୍ରଶାସନ ଏହାକୁ ଗୁରୁତର ଭାବେ ଗ୍ରହଣ କରି ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।