Hot Posts

6/recent/ticker-posts

ତାରା ଙ୍କ ଚେତାବନୀ,, ୨୫ ତାରିଖ ସୁଦ୍ଧା ଧାନ ଉଠାଅ ନ ହେଲେ କୋରାପୁଟ ହେବ ଅଚଳ


କୋରାପୁଟ, ୨୩/୧୨:  ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଖରିଫ ମୌସୁମରେ ଧାନ ଉତ୍ତୋଳନରେ ବିଳମ୍ବ ନେଇ ରାଜ୍ୟ ସରକାରକୁ କଡ଼ା ଚେତାବନୀ ଜାରି କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ମଣ୍ଡିରୁ ସମସ୍ତ ଧାନ ନ ଉଠିଲେ , ୨୬ ତାରିଖରୁ କୋରାପୁଟରେ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ କରାଯିବାକୁ ସେ ସୂଚନା ଦେଇଛନ୍ତି। ଏହା ସହିତ କୋରାପୁଟ ଜିଲ୍ଲାକୁ ପୂରା ଅଚଳ କରିବାର ମଧ୍ୟ ଚେତାବନୀ ଦେଇଛନ୍ତି

ସେ ଅଭିଯୋଗ କରିଛନ୍ତି, ଖରିଫ ମଣ୍ଡି ଗତ ୧୧ ତାରିଖରେ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଧାନ କ୍ରୟ କରାଯାଇନାହିଁ। ଚାଷୀମାନେ ଶୀତ ରାତିରେ ଧାନ ଜଗି ରଖିବାକୁ ବାଧ୍ୟ ହେଉଛନ୍ତି, ଯାହାକି ଗତ ୩ ଦିନର ବର୍ଷାରେ ଅତ୍ୟନ୍ତ ଖର୍ଚ୍ଚ ସହ ପଲିଥିନ କିଣି ଏଫ୍‌ଏକ୍ୟୁ ମାନକୁ ରକ୍ଷା କରିବାକୁ ପଡ଼ିଛି। ତାଙ୍କ ଦାବି ହେଉଛି, ସରକାର କେବେ ଧାନ ଉଠାଇବ, ସେ ନେଇ ଏକ ସ୍ପଷ୍ଟ ପଦକ୍ଷେପ ନେବା ଆବଶ୍ୟକ।  

ଅନ୍ୟପକ୍ଷରେ, ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଚାଷୀମାନଙ୍କୁ ଉତ୍ତେଜନା ଦେବାର ଚେଷ୍ଟା କରୁଛି। ତାଙ୍କର ଦାବି ହେଉଛି ଯେ, ମଣ୍ଡିରୁ ଧାନ ନିଶ୍ଚିତ ଭାବରେ ଉଠାଯିବ ଏବଂ ଏଥିରେ କୌଣସି ନେଗେଟିଭ୍ ସନ୍ଦେହ ରହିନହିଁ!