Hot Posts

6/recent/ticker-posts

ଇଡି ରେଡ୍: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଅଣ୍ଡାଳୁଛି ଟିମ୍


ଭୁବନେଶ୍ଵର, ୨୦ ଡିସେମ୍ବର: ବରିଷ୍ଠ କଂଗ୍ରେସ ନେତା ଏବଂ ଜଣେ ପ୍ରସିଦ୍ଧ ଶିଳ୍ପପତି ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଆଜି ଆକ୍ସନ ମୋଡ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଆକ୍ରମଣ କରିଛି। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ତାଙ୍କ ବାସଭବନ ସହିତ ଅନ୍ୟ ତିନୋଟି ସ୍ଥାନରେ ମଧ୍ୟ ଇଡି ଟିମ୍ ରେଡ୍ ଚାଲୁ ରଖିଛି। 

ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, କୌଣସି ଆର୍ଥିକ ଅନିୟମିତତା ସମ୍ପର୍କରେ ଏହି ରେଡ୍ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ସମ୍ପର୍କରେ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି। 

ଇଡି ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବାବେଳେ ଏହି ଘଟଣା ନେଇ ସମ୍ପୂର୍ଣ୍ଣ ତଥ୍ୟ ଖୁବ ଶୀଘ୍ର ସାମ୍ବାଦିକମାନଙ୍କ ସମ୍ମୁଖରେ ଆସିବ ବୋଲି ଅନୁମାନ। ଏହା ଓଡିଶାର ରାଜନୈତିକ ଏବଂ ଆର୍ଥିକ ମଞ୍ଚରେ ଗୁରୁତ୍ୱ ନେଇବା ନିଶ୍ଚିତ।