କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ରୂପେ ୨୩୦୦ ଟଙ୍କା ଘୋଷଣା କରିଥିବା ବେଳେ, ରାଜ୍ୟ ସରକାର ତାହା ସହ ୮୦୦ ଟଙ୍କା ଅତିରିକ୍ତ ଇନ୍ପୁଟ ସବ୍ସିଡି ଦେଇ ସର୍ବମୋଟ ୩୧୦୦ ଟଙ୍କାରେ ଧାନ କିଣିବାକୁ ସ୍ଥିର କରିଛି। ଏହି ପଦକ୍ଷେପରୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ଆଶା କରାଯାଉଛି।
ଧାନ ବିକ୍ରି ପରେ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ଯିବ। ଏହା ଚାଷୀମାନଙ୍କୁ ସରକାରଙ୍କ ପ୍ରତି ବିଶ୍ୱାସ ବୃଦ୍ଧି କରିବାର ସହ ଗତିଶୀଳ ଚାଷୀ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ।
ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କନ୍ଧମାଳ, ଜଗତ୍ସିଂହପୁର ଏବଂ ଭଦ୍ରକ ଜିଲ୍ଲାର ଚାଷୀମାନଙ୍କୁ ଏହି ସବ୍ସିଡି ବଣ୍ଟନ ହେବ। ଏଥିରୁ ସରକାରଙ୍କ ଜନମୂଖୀ ଆଭିଗମ ପ୍ରମାଣିତ ହେଉଛି।