Hot Posts

6/recent/ticker-posts

ଦିଗପହଣ୍ଡିରେ ପାରିବାରିକ ବିବାଦକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ


ଦିଗପହଣ୍ଡି, ୧୪/୧୨:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବଡ଼ଡୁମ୍ବୁଳା ଗ୍ରାମରେ ଗତ ଜୁଲାଇ ୧୧ରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଜଡିତ ଅଭିଯୁକ୍ତ ବୃନ୍ଦାବନ ଗୌଡ଼ଙ୍କ ପୁଅ ରାଜେନ୍ଦ୍ର ଗୌଡ଼ଙ୍କୁ ଶନିବାର ଦିଗପହଣ୍ଡି ପୋଲିସ ଗିରଫ କରିଥିଲେ। ମାମଲା ନଂ.୨୭୩/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବା ପରେ ରାଜେନ୍ଦ୍ରଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଯାଇଛି।  

ପୋଲିସ ତଥ୍ୟାନୁସାରେ, ଘଟଣା ଦିନେ ପାରିବାରିକ ବିବାଦକୁ କେନ୍ଦ୍ର କରି ରାଜେନ୍ଦ୍ର ଏକ ଠେଙ୍ଗା ନେଇ ନିଜ ବାପା ବୃନ୍ଦାବନ ଏବଂ ସାନଭାଇ ଶଙ୍କର ଉପରେ ଆକ୍ରମଣ କରିଥିଲେ। ଏନେଇ ବୃନ୍ଦାବନ ଗୌଡ଼ ଥାନାରେ ଏତଲା ଦେଇଥିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଘଟଣା ପରଠାରୁ ରାଜେନ୍ଦ୍ର ଫେରାର ହୋଇଥିଲେ, କିନ୍ତୁ ତାଙ୍କ ଗାଁକୁ ଫେରିବା ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଥିଲା।  

ତଦନ୍ତକାରୀ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବୃନ୍ଦାବନ ତାଙ୍କ ଝିଅର ବାହାଘର ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଋଣ କରିଥିଲେ। ଘଟଣା ଦିନ ରାଜେନ୍ଦ୍ର ଏଇ ଋଣ ପରିଶୋଧ ପାଇଁ ଟଙ୍କା ମାଗିଥିଲେ। ବୃନ୍ଦାବନ ଟଙ୍କା ଦେବାରେ ଅସମର୍ଥ ହୋଇ ଘର ବିକ୍ରି କରିବାକୁ କହିଥିଲେ, ଯାହାରୁ ଉତ୍ତେଜିତ ହୋଇ ରାଜେନ୍ଦ୍ର ଏହି ଆକ୍ରମଣ କରିଥିବା ଦାବି କରାଯାଇଛି।  

ରାଜେନ୍ଦ୍ରଙ୍କୁ ଗିରଫ କରିବା ସମୟରେ ପୋଲିସ ଆକ୍ରମଣରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ଜବତ କରିଛି। ଏହା ସହିତ ତଦନ୍ତ ପ୍ରକ୍ରିୟା ଆଗକୁ ଚାଲିଛି।