ବଲାଙ୍ଗୀର, ୧୩ ଡିସେମ୍ବର:-ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକ୍ର ବିଜେଡି ନେତ୍ରୀ ଓ ପୂର୍ବ ସରପଞ୍ଚ ପ୍ରଭାସିନୀ ପଧାନଙ୍କ ଘରେ ଦେଓଗାଁ ବନ ବିଭାଗର ଚଢ଼ଉ ଘଟଣା ଘଟିଛି। ଏହି ଚଢ଼ାଉ ଅଭିଯାନରେ ବନ ବିଭାଗ କର୍ମଚାରୀମାନେ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିଛନ୍ତି।
ବନବିଭାଗର ଚଢ଼ଉ ସମୟରେ ନାରୀନେତ୍ରୀ ପ୍ରଭାସିନୀଙ୍କ ସ୍ୱାମୀ, ଯିଏ ଏକ କଲେଜର ଅଧ୍ୟକ୍ଷ, ସେ ଫେରାର ହୋଇଛନ୍ତି। ତେବେ ବନ ବିଭାଗର ଅଧିକାରୀମାନେ କାଠ ଜବତ କରିଥିବା ସତ୍ତେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିକୁ ଗିରଫ କରିନାହାନ୍ତି। ଏହା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି।
ବନ ବିଭାଗର ଜଣାଶୁଣା ଅନୁଯାୟୀ, ସାଗୁଆନ କାଠ ଅବୈଧ ଭାବେ ସଂଗ୍ରହ କରାଯାଇଥିଲା। ଏହାର ଚଢ଼ଉ ହେବା ସହ, କାଠ ଜବତ କରାଗଲା ଏବଂ ତଦନ୍ତ ଆରମ୍ଭ ହୋଇଛି।