Hot Posts

6/recent/ticker-posts

ହିଞ୍ଜିଳିରେ ଘର ଭିତରୁ ସୁନା ଓ ମୂଲ୍ୟବାନ ସାମଗ୍ରୀ ଲୁଟ

 


ହିଞ୍ଜିଳିକାଟୁ, ୨୨/୧୨:- ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଞ୍ଚଳର ମଠପଦର ସାହିରେ ଜଣେ ଗୃହବଧୁଙ୍କ ଘରର ଆଲମାରୀରୁ ତିନି ତୋଳା ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଘଟଣା ଜଣାଯାଇଛି। 

ସୂଚନା ମୁତାବକ, ସୁଷମା ପଣ୍ଡା ନାମକ ଗୃହବଧୁ ଘରର ତାଲା ପକାଇ ଚାବିକୁ ଘର ସାମନାରେ ଏକ ସ୍ଥାନରେ ରଖି ଦୈନିକ କାମକାଜ ପାଇଁ ଚାଲିଯାଇଥିଲେ। ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତ ଘରର ଆଲମାରୀ ଖୋଲି ତିନି ତୋଳା ଓଜନର ସୁନା ମାଳି, କାନ ଫୁଲ, ମୁଦି ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ କରି ଜାଇଥିଲେ।  

ଘଟଣାର ତତ୍ତ୍ୱାନୁସନ୍ଧାନ ପାଇଁ ସୁଷମା ହିଞ୍ଜିଳି ଥାନାରେ ମାମଲା (ନଂ ୧୦୩୬/୨୪) ରୁଜୁ କରିଛନ୍ତି। ଘର ସାମନାରେ ଚାବି ରଖିବା ଘଟଣାକୁ ଭିତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।