Hot Posts

କିଶନ ନଗରରେ ଚୋରା ମଦ ବେପାରୀଙ୍କ ଘରେ ଚଢାଉ, ୧୫ ଲିଟର ମଦ ଜବତ


ସାଲେପୁର, ୧୪ ଡିସେମ୍ବର: କଟକ ଜିଲ୍ଲାର କିଶନ ନଗର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ରୋକିବାକୁ ଚାଲିଥିବା ଅଭିଯାନରେ ଏକ ପୁରୁଣା ଚୋରା ମଦ ବେପାରୀଙ୍କ ଘରକୁ ଗୁରୁତ୍ୱପୂର୍ଣ୍ଣ ଚଢାଉ କରାଯାଇଛି। ଏହି ଅଭିଯାନରେ ପୋଲିସ ୧୫ ଲିଟରରୁ ଅଧିକ ଚୋରା ଦେଶୀ ମଦ ଜବତ କରିଥିବା ସହ, ମଦ ବେପାରୀ ନୃସିଂହ ବେହେରାଙ୍କୁ ଗିରଫ କରିଛି।  

ସୂଚନା ମୁତାବକ, ଏହି ଅଞ୍ଚଳରେ ବ୍ୟାପକ ଭାବରେ ଚୋରା ଦେଶୀ ମଦ ବ୍ୟବସାୟ ହେଉଥିବାର ଅଭିଯୋଗ ଲମ୍ବା ସମୟ ଧରି ପ୍ରତାସିତ ହୋଇ ଆସୁଥିଲା। କିଶନ ନଗର ଥାନାରେ ନୂତନ ଥାନାଦରୋଗା ଦୁର୍ଗେସ ନନ୍ଦିନୀ ମହାନ୍ତି ଯୋଗ ଦେବା ପରେ ଏହାକୁ ରୋକିବା ପାଇଁ ସୂଚନା ଭିତ୍ତିକ ଅଭିଯାନ ଆରମ୍ଭ କରାଯାଇଛି। ଏହି ସନ୍ଦର୍ଭରେ, କିଶନ ନଗର କଲେଜ ନିକଟରେ ଥିବା ନୃସିଂହ ବେହେରାଙ୍କ ଘରକୁ ହଠାତ ଚଢାଉ କରାଯାଇଥିଲା। ମଦ ଜବତ ପରେ ମଦ ବେପାରୀଙ୍କୁ ବିଧିବତ ଗିରଫ କରାଯାଇ ଆଗାମି କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଜାରି ରହିଛି।