Hot Posts

6/recent/ticker-posts

କୁକୁଡ଼ା ରେଳଫାଟକରେ ଓଭର ବ୍ରିଜ ନିର୍ମାଣ ଜମି ବିବାଦର ସମାଧାନ ଆଶା


ବନ୍ଧମୁଣ୍ଡା, ୧୧ ଡିସେମ୍ବର: ବନ୍ଧମୁଣ୍ଡା-ରାଉରକେଲା ମୁଖ୍ୟମାର୍ଗରେ ଥିବା କୁକୁଡ଼ା ରେଳଫାଟକ ଠାରେ ଓଭର ବ୍ରିଜ ନିର୍ମାଣକୁ ନେଇ ଲମ୍ବିତ ଜମି ବିବାଦର ସମାଧାନ ପାଇଁ ଅଗ୍ରଗତି ହୋଇଛି। ଜମି ବିବାଦକୁ ନେଇ ରବିବାର କପାଟମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଗ୍ରାମସଭାର ଆୟୋଜନ କରାଯାଇଥିଲା, ଯାହାରେ ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକ ଓ ବିବାଦୀୟ ଜମିର ମାଲିକମାନେ ଉପସ୍ଥିତ ଥିଲେ।  

କପାଟମୁଣ୍ଡା ଓ ବାର୍‌ହାବାଂଶ ଗ୍ରାମର ମୋଟ ୨ ଏକର ଜମିରେ ବ୍ରିଜ ନିର୍ମାଣ ନିର୍ଭର କରୁଛି। ଏହି ଜମି ନିୟମିତ ଭାବରେ ଅଧିଗ୍ରହଣ କରି ଜମି ମାଲିକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମସଭାରେ ଜୋର ଆଲୋଚନା ହୋଇଛି। ଜମି ମାଲିକମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ଯେ, ପୂର୍ବରୁ ସନ୍ତୋଷପୁର ଗ୍ରାମରେ ଅଧିଗ୍ରହୀତ ଜମିର ମାଲିକମାନଙ୍କୁ ଯେପରି ଉଚିତ କ୍ଷତିପୂରଣ ଦିଆଯାଇଛି, ସେହିପରି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉ।  

ଉପ ଜିଲ୍ଲାପାଳ ବିଜୟ ନାୟକ କହିଛନ୍ତି ଯେ, ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆସନ୍ତା ୬ ମାସରେ ଶେଷ ହେବ। ସେ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଥିଲେ ଯେ, ଜମି ମାଲିକମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।  

କପାଟମୁଣ୍ଡା ସରପଞ୍ଚ ମୋତିଲାଲ ଲାକ୍ରା ମଧ୍ୟ ଏହାକୁ ନିର୍ଦ୍ଦିଷ୍ଟ କରି କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ଶେଘ୍ର ଆରମ୍ଭ କରିବା ପାଇଁ ପ୍ରଶାସନକୁ ଜମି ବିବାଦ ଶୀଘ୍ର ସମାଧାନ କରିବା ଦରକାର। ତାଙ୍କ କଥା ଅନୁସାରେ, ଯଦି ଜମି ମାଲିକମାନେ ନ୍ୟାୟସଙ୍ଗତ କ୍ଷତିପୂରଣ ପାଇବାର ସନ୍ତୋଷ ପ୍ରକାଶ କରନ୍ତି, ତେବେ ବ୍ରିଜ ନିର୍ମାଣକୁ ନେଇ କୌଣସି ବାଧା ହେବ ନାହିଁ।