କେସିଙ୍ଗା, ୨୦ /୧୨:- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଲଗାଇଥିବା ଅନାସ୍ଥା ପ୍ରସ୍ତାବକୁ ଅନୁମୋଦନ ଦେଇ, ତାଙ୍କୁ ପଦଚ୍ୟୁତ କରାଯାଇଛି। ଗତ ୨୮ ତାରିଖରେ ଅନାସ୍ଥା ପ୍ରସ୍ତାବ ନେଇ ହୋଇଥିବା ଗୁପ୍ତ ଭୋଟିଂରେ ଦୁଇ ତୃତୀୟାଂଶରୁ ଅଧିକ ୱର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚଙ୍କୁ ପଦାଚ୍ୟୁତ କରିଥିଲେ ।
ମାନ୍ୟବର ଆଦେଶନାମା ରହିଥିବା ସମୟରେ ଫଳାଫଳ ଘୋଷଣା ସ୍ଥଗିତ ହୋଇଥିଲା। ଏହି ଆଦେଶନାମା ହଟିବା ପରେ, କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ଦିଆଯାଇଥିବା ପତ୍ର ସଂଖ୍ୟା ୧୫୨୯/୧୯.୧୨.୨୦୨୪ ଅନୁସାରେ ଉକ୍ତ ଅନାସ୍ଥା ପ୍ରସ୍ତାବକୁ କାଏମ କରାଯାଇଛି। ଏନେଇ ଭାରତୀ ସୁନାଙ୍କୁ ସରପଞ୍ଚ ପଦରୁ ପଦଚ୍ୟୁତ କରାଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଆଗାମୀ ଦିନରେ ସରପଞ୍ଚଙ୍କ କାର୍ଯ୍ୟଭାର ତୁଳାଇବେ। ଏହି ପଦଚ୍ୟୁତି ଓ ପଦ ହସ୍ତାନ୍ତର କାର୍ଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ଗୁରୁତ୍ୱ ଅର୍ଜନ କରିଛି। ,