ବଲାଙ୍ଗୀର :ପାଟଣାଗଡ, ୭ ଡିସେମ୍ବର: ବ୍ରାହ୍ମପୁର ସ୍ଥିତ ସୁଭଦ୍ରା ଭବନରେ ଆୟୋଜିତ ହୋଇଥିବା ଏକ ବିଶେଷ ଶିବିରରେ ଭିନ୍ନକ୍ଷମ ଲୋକଙ୍କ ପାଇଁ ଅନେକ ସାମାଜିକ ଓ ଆର୍ଥିକ ସୁଯୋଗ ପ୍ରଦାନ କରାଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏହା ଆୟୋଜନ କରାଯାଇଥିଲା।
ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମାନସୀ ବିଶାଲ ଏହି ଶିବିରକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ସମ୍ମାନୀତ ଅତିଥି ସୂଜୟ କୁମାର ମେହେର (ଭାରପ୍ରାପ୍ତ ମେଡିକାଲ ଅଫିସର), ଦିବାକାର ପାତ୍ର (ସକ୍ଷମ ସଂଯୋୟକ), ସୁରଣିକା ପଣ୍ଡା (ଏନଏସି କୋଓର୍ଡିନେଟର) ଓ ପାଟଣାଗଡ ବିଡିଓ ସୁମନ ମିଞ୍ଜ ଉପସ୍ଥିତ ଥିଲେ। ଏହି ର୍ଯ୍ୟକ୍ରମରେ ମୋଟ ୬୩୮ ଜଣ ଭିନ୍ନକ୍ଷମ ଲୋକ ଯୋଗଦେଇଥିଲେ। ତାଙ୍କ ମଧ୍ୟରୁ ୩୧୦ ଜଣ ଚଳନଶକ୍ତି ବାଧିତ, ୧୧୨ ଜଣ ଶ୍ରବଣ ବାଧିତ, ୯୨ ଜଣ ଦୃଷ୍ଟି ବାଧିତ, ୬୮ ଜଣ ମାନସିକ ବାଧିତ, ଓ ୫୬ ଜଣ ଅନ୍ୟାନ୍ୟ ସମସ୍ୟାଗ୍ରସ୍ତ ଥିଲେ।
ଶିବିରରେ ସାମାଜିକ ସୁରକ୍ଷା ବିଭାଗର ମଦନଜିତ ହୋତା ସ୍ବାଗତ ଭାଷଣ ରଖିଥିଲେ ଓ ଅନେକ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମର ପରିଚାଳନା ମନୋଜ କୁମାର ବାଗ କରିଥିଲେ।
ଶିବିର ଶେଷ ପରେ ପାଟଣାଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଲକାନ୍ତ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଶିବିରର ଅବସାନ କରିଥିଲେ।