ସୁବର୍ଣ୍ଣପୁର, ୨୧/୧୨:- ନରସିଂହଗଡ଼ ରେଳ ଷ୍ଟେସନ୍ରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଥିଲା। ଜଣେ ମହିଳା ରେଳ ପାର ହେବାରେ ଏକ ଦ୍ରୁତଗାତି ଟ୍ରେନ୍ର ଧକ୍କାରେ ଘଟଣାସ୍ଥଳରେ ଜୀବନ ହରାଇଲେ। ମୃତାଙ୍କ ପରିଚୟ ନିକଟସ୍ଥ ଖମ୍ବେଶ୍ବରୀପାଲି ଗ୍ରାମର ନିବାସିନୀ ବୋଲି ସୂଚନା ମିଳିଛି।
ସ୍ଥାନୀୟ ସାକ୍ଷୀ ମାନଙ୍କ କହିବା ଅନୁଯାୟୀ, ମହିଳା ଜଣେ ନିଜ ଗାଁକୁ ଫେରୁଥିବା ସମୟରେ ରେଳ ପାର ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଏକ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଆଗେଇଲେ, କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।