Hot Posts

6/recent/ticker-posts

ସଂସଦରେ ଠେଲାଠେଲି ଘଟଣା: ପ୍ରତାପ ଷଡ଼ଙ୍ଗୀ ଆହତ, ରାହୁଲ ଗାନ୍ଧୀ ମତେ ଠେଲି ଦେଲେ



ନୂଆଦିଲ୍ଲୀ, ୧୯/୧୨:ଭାରତୀୟ ସଂସଦରେ ଦିନକୁ ଦିନ ବୃଦ୍ଧି ପାଉଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ଗୁରୁବାର ସଂସଦ ମକର ଫାଟକରେ ଥିବା ଠେଲାଠେଲି ଘଟଣାରେ ଭାଜପା ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ଦୋଷାରୋପ ଚାଲିଛି।  

ଭାଜପା ଏମପିମାନେ ସଂସଦରେ କଂଗ୍ରେସ ଉପରେ ଅଭିଯୋଗ କରିଥିଲେ ଯେ ସେମାନେ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିଲେ। ଏହାକୁ ନେଇ ଦୁଇ ଦଳରେ ତୀବ୍ର ପ୍ରତିକ୍ରିୟା ହୋଇଥିବା ବେଳେ ମକର ଫାଟକ ନିକଟରେ ଠେଲାଠେଲି ଘଟିଥିଲା। ଭାଜପା ଏମପି ପ୍ରତାପ ଷଡ଼ଙ୍ଗୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ଏମପିଙ୍କୁ ଠେଲିଦେଲେ ଯାହା ପରେ ମୁଁ ତଳେ ପଡ଼ିଗଲି। ରାହୁଲ ଗାନ୍ଧୀ ଆସି ମୋ ଉପରେ ପଡ଼ିଥିବା ସାଂସଦଙ୍କୁ ଠେଲିଦେଲେ।, ଯାହାର ଫଳରେ ସେ ତଳେ ପଡ଼ିଗଲେ। ଏହାକୁ ନେଇ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗଡ଼ି ଯାଇଥିଲା ଏବଂ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନେଇ ଚିକିତ୍ସା ଦିଆଯାଇଛି।  

କଂଗ୍ରେସ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ସଂସଦରେ ଭାଜପା ଏମପିମାନଙ୍କ ବ୍ୟବହାରକୁ ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ଅନୁସାରେ ବାବା ସାହେବ ଆମ୍ବେଦକରଙ୍କ ଅପମାନକୁ ବିରୋଧ କରୁଥିବା ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଠେଲାଠେଲି କରାଯାଇଥିଲା।