ବଲାଙ୍ଗୀର :୫/୧୨:- ଵଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକର ଘୁନେଶ ପଞ୍ଚାୟତ ଅଧୀନ ବର୍ଲା ଗ୍ରାମରେ ଶିକ୍ଷା ବ୍ୟବସ୍ଥାର ଅବସ୍ଥା ମର୍ମାନ୍ତିକ। ଗ୍ରାମରେ ରହିଥିବା ଏକାମାତ୍ର ଅଙ୍ଗନୱାଡି କେନ୍ଦ୍ର ବର୍ଷକ ଅବହେଳାର ଶିକାର। ଏହି କେନ୍ଦ୍ର ଦୀର୍ଘଦିନ ଧରି ଅଧପତିତ ଅବସ୍ଥାରେ ଅଛି,
ସ୍ଥାନୀୟ ଅଭିଯୋଗ ଅନୁସାରେ, ଅଙ୍ଗନୱାଡି ଶିଶୁଙ୍କ ଶିକ୍ଷା ଓ ପୋଷଣ ଜନ୍ୟ ଯେଉଁ ଘର ରହିବା କଥା, ସେଠାରେ କାମ ଆରମ୍ଭ ହୋଇ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଅନୁଦାନ ମିଳିଥିଲେ ମଧ୍ୟ କାମ ଅର୍ଦ୍ଧେ ରହିଗଲା। ଜୀରାଜର୍ଣ୍ଣ ହୋଇ ଯାଇଥିବା ଘରର ଅବସ୍ଥା ଏବେ ଭୂତକୋଠୀର ଭ୍ରମ ସୃଷ୍ଟି କରିଛି। ଅନାବନା ଗଛରେ ଘେରା ଏହି ଅଙ୍ଗନୱାଡି ଆଜି କାହାର୍ ଉପକାରକ ନୁହେଁ।
ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ନଥିବାରୁ, ଅନ୍ୟ ଜଣେ ଲୋକଙ୍କ ଘରରେ ଶିକ୍ଷାଦାନ କରୁଛନ୍ତି କର୍ମୀ। ଏହାର ଫଳରେ ଶିଶୁଙ୍କ ଶିକ୍ଷା ଓ ପୋଷଣ ଦୁଇଥିରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ, ଏହି ଅବବ୍ୟବସ୍ଥା ଦୃଶ୍ୟ କୋମଳମତି ଶିଶୁଙ୍କ ଭବିଷ୍ୟତକୁ ଖେଳୁଛି
ଗ୍ରାମବାସୀ ଏନେଇ ଅନେକ ପ୍ରତିବାଦ କରିଥିଲେ। ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ଦେଇ ତା’ପରେ ସ୍ଥିତିର ସୁଧାର ଆଶା କରିଥିଲେ। କିନ୍ତୁ ପୂର୍ବ ସରକାର ଏହାକୁ ଦୃଷ୍ଟିଗତ କରିବାରେ ଅସଫଳ। ଏବେ ନୂଆ ସରକାରଙ୍କ ନିକଟରେ ଗ୍ରାମବାସୀଙ୍କ ଆଶା ବଢିଛି। ସେମାନଙ୍କ ଦାବି, ତାତ୍କାଳିକ ଭାବେ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣକାମ ସମ୍ପୂର୍ଣ୍ଣ ହୋଇ ଶିଶୁଙ୍କ ଶିକ୍ଷା ଓ ପୋଷଣ ନିଶ୍ଚିତ ହେଉ।