Hot Posts

6/recent/ticker-posts

ବରଗଡ଼ ଧନୁଯାତ୍ରା: କୋଶଳ ଭାଷାର ଦାବିରେ ଆମରଣ ଅନଶନ

ବରଗଡ଼, ୧୬/୧୨:- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏବେ କୋଶଳ ଭାଷା ଦାବିରେ ଉତ୍ତାପ ଜନ୍ମାଇଛି। ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୧ ଦିନ ବ୍ୟାପି ଚାଲିବାକୁ ଥିବା ଏହି ମହୋତ୍ସବକୁ କୋଶଳ ଭାଷାରେ କରାଯାଉ ଦାବିରେ ମିଳିତ କୋଶଳ କ୍ରିୟାନୁଷ୍ଠାନ କମିଟି ଆମରଣ ଅନଶନକୁ ଆରମ୍ଭ କରିଛି।  

ସୋମବାରରୁ ବରଗଡ଼ ଗାନ୍ଧି ଛକରେ ଆରମ୍ଭ ହୋଇଥିବା ଏହି ଅନଶନରେ ସୁଶାନ୍ତ ମିଶ୍ର, ଅଭିଷେକ ନାୟକ, ଧରଣୀଧର ରୋହିଦାଶ, ଏବଂ ଦୀପକ ମହାପାତ୍ର ଅନଶନରେ ବସିଛନ୍ତି। ଅନ୍ୟଦିଗରେ ରିଙ୍କୁ ମହାପାତ୍ର, ଗିରି ମେହେର, କୃତାର୍ଥ ପ୍ରଧାନ, ରମଣୀ ଦନ୍ତା, ପପୁ ଦାଶ, ରିଙ୍କୁ ଶତପଥି ଏବଂ ଚାଷୀନେତା ସୁରେଶ ନେକାଣ୍ଟି ଭଳି ଅନେକ ସାମାଜିକ କର୍ମୀ ଓ ନେତା ଏହି ଅନଶନକୁ ସମର୍ଥନ ଜଣାଇଛନ୍ତି।  

ଘୋଷଣା ପ୍ରକାରେ, କମିଟି ନିୟମିତ ଧନୁଯାତ୍ରା କାର୍ଯ୍ୟକ୍ରମ ଏବଂ ଶ୍ରୀକୃଷ୍ଣଙ୍କ ଦୂତକାଳୀନ ଅଭିନୟକୁ ସମ୍ପୂର୍ଣ୍ଣ ସମ୍ବଲପୁରୀ/କୋଶଳ ଭାଷାରେ କରିବା ଉଦ୍ଦେଶ୍ୟ ନେଇ ଏହି ଆନ୍ଦୋଳନ ଆରମ୍ଭ କରିଛି। ଏହା ନେଇ ଅଧିକ ଆନ୍ଦୋଳନ ଘଟିବା ଆଶଙ୍କା ରହିଛି।