Hot Posts

6/recent/ticker-posts

ଗଞ୍ଜାମ: ନୂଆଗଡ ଗ୍ରାମ ନିକଟରେ ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ଶାଗୁଆନ କାଠ ଜବତ, ଭ୍ୟାନ ଦୁର୍ଘଟଣାଗସ୍ତ


ଦିଗପହଣ୍ଡି, ୧୧.୧୨: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗା ଓସ୍ତା - ପଳାସପୁର ମୁଖ୍ୟରାସ୍ତାର ନୂଆଗଡ ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟିଛି, ଯେଉଁଠାରେ ପାଟପୁର ବନବିଭାଗ କର୍ମଚାରୀ ୩୦ ଘନଫୁଟ ଶାଗୁଆନ କାଠ ଜବତ କରିଛନ୍ତି। ଏହି ଘଟଣାରେ ଭ୍ୟାନ ଚାଳକ ଫେରାର ଥିବା ସୂଚନା ମିଳିଛି। ଚୋରା ଚାଲାଣ ବେଳେ ବୁଧବାର ସକାଳେ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇଥିଲା। 

ପାଟପୁର ବନବିଭାଗ ଦଳ ସେକ୍ସନ ବନପାଳ ପ୍ରମୋଦ କୁମାର ନାୟକ ଓ ସେହି ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ରକ୍ତ ଛିଟା ପଡ଼ିଥିବାରୁ କାଠ ଚୋରାଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ଆହତ ହୋଇଥିବା ସନ୍ଦେହ କରାଯାଇଛି। 

ପରେ, ଜବତ କାଠ ସହ ଭ୍ୟାନକୁ ପାଟପୁର ବନବିଭାଗ ସେକ୍ସନ କାର୍ଯ୍ୟାଳୟକୁ ନେଇ ଯାଇଛି। ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ମାମଲା ନଂ. ୧୮/୨୪-୨୫ ଅନୁଯାୟୀ ତଦନ୍ତ ଚଳାଇଥିଲେ। ଜବତ କାଠର ବଜାର ମୂଲ୍ୟ ପ୍ରାୟ ୫୦,୦୦୦ ଟଙ୍କା ହେବାକୁ ଆକଳନ କରାଯାଇଛି। 

ରେଞ୍ଜର ସୂଚନା ଅନୁସାରେ, ଖୁବ ଶୀଘ୍ର ଭାବରେ କାଠ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।