Hot Posts

6/recent/ticker-posts

ଗାନ୍ଧୀ ମାର୍ଗରେ ଅଙ୍ଗନବାଡି କର୍ମୀମାନଙ୍କ ଦାବିର ଜୋରଦାର ଆନ୍ଦୋଳନ


ଭୁବନେଶ୍ୱର: ସାରା ଓଡ଼ିଶାର ଅଙ୍ଗନବାଡି କର୍ମୀମାନେ ଆଜି ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ତୀବ୍ର ଆନ୍ଦୋଳନରେ ନାମିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ହେଲା ମାସିକ ଦରମା ବୃଦ୍ଧି କରି ୧୮ ହଜାର ଟଙ୍କା କରିବା, ଖାଦ୍ୟରେ ଟଙ୍କା ବୃଦ୍ଧି ଓ ପେନସନ ଲାଗୁ କରିବା ସହ ଅବସର ସମୟରେ ଆର୍ଥିକ ସହାୟତା ପ୍ରଦାନ କରାଯାଇବା।  

ଅଙ୍ଗନବାଡି କର୍ମୀମାନେ ଲୋୟର ପିଏମଜିରେ ଏକତ୍ରିତ ହୋଇ ସ୍ୱର ଉଉଚ୍ଚ କରୁଥିବା ବେଳେ ସେମାନଙ୍କ ଆବଶ୍ୟକତାଗୁଡ଼ିକରେ ନିର୍ଦ୍ଦିଷ୍ଟ ସମାଧାନ ଆଣିବା ପାଇଁ ସରକାରକୁ ଜୋରଦାର ଦାବି କରୁଛନ୍ତି। ପିଲାଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ଉନ୍ନତିରେ ଅଙ୍ଗନବାଡି କର୍ମୀମାନଙ୍କ ଭୂମିକା ଜଣାଶୁଣା ଅଛି। ସେମାନଙ୍କ ଜୀବିକା ଓ ସୁବିଧା ସମ୍ପର୍କିତ ଏହି ଆନ୍ଦୋଳନରେ ଅନେକ ମହିଳା କର୍ମୀ ଅଂଶଗ୍ରହଣ କରିଥିବା ଦେଖାଯାଇଛି।