Hot Posts

6/recent/ticker-posts

କଟକ ଲିଙ୍କ ରୋଡରେ ଜଳିଗଲା ମୋ ବସ୍: ଯାତ୍ରୀ ସୁରକ୍ଷିତ

 


କଟକ, ୧୪/୧୨: ଭୁବନେଶ୍ବରରୁ କଟକକୁ ଫେରୁଥିବା ମୋ ବସ୍ ଟି ଆଜି କଟକ ଲିଙ୍କ ରୋଡରେ ଚଳନ୍ତା ଅବସ୍ଥାରେ ନିଆଁରେ ଆକ୍ରାନ୍ତ ହୋଇ ଥିଲା। ଘଟଣା ସମୟରେ ଯାତ୍ରୀମାନେ ଗାଡ଼ିରେ ଥିବାବେଳେ ଅଗ୍ନି ଲାଗିବା ଘଟଣା ଘଟିଛି। ସଦ୍ଭାଗ୍ୟବଶତଃ, ମୋ ବସ୍ କର୍ମଚାରୀ ଓ ଥାନା ଲୋକଙ୍କ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍ ଠାରୁ ବାହାର କରାଯାଇଛି।  

ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ଶୀଘ୍ର ପହଞ୍ଚି ନିଆଁ ଲିଭାଇବାରେ ବ୍ୟସ୍ତ ରହିଛନ୍ତି। ତଥାପି ବସରେ କିପରି ନିଆଁ ଲାଗିଲା, ଏହାର ପ୍ରକୃତ କାରଣ ଏଯାବତ୍ ଜଣାପଡ଼ିନାହିଁ। ଅଧିକ ତଦନ୍ତ ଚାଲିଛି।