କେନ୍ଦୁଝର, ୧୭/୨୪: - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରରୁ ତିନିଦିନିଆ କେନ୍ଦୁଝର ଗସ୍ତରେ ଯୋଗଦେବାକୁ ଯାଉଛନ୍ତି। ସେ ସ୍ୱତନ୍ତ୍ର ବିମାନରେ ପ୍ରଭାତ ୧୦ଟାରେ କେନ୍ଦୁଝର ରାଇସୁଆଁ ହେଲିପ୍ୟାଡରେ ଅବତରଣ କରିବେ।
ମଙ୍ଗଳବାର (୧୭ ଡିସେମ୍ବର):
୧୦ଟା ୨୫ରେ ସେ ଅଶୋକ ବାଟିକାରେ ଆୟୋଜିତ ସପ୍ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ। ଏହା ପରେ ମଧ୍ୟାହ୍ନ ୧୨ଟା ୫ରେ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଆଗଭାଗ ନେବେ। ଅପରାହ୍ଣ ୪ଟାରେ ତାଳପଦାରେ ଆୟୋଜିତ ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଯିବେ। ଶେଷରେ ସନ୍ଧ୍ୟା ୬ଟା ୩୦ରେ କେନ୍ଦୁଝର ଅଡିଟୋରିୟମରେ ଯୋଗ କରି ସର୍କିଟ ହାଉସରେ ରାତ୍ରି ଯାପନ କରିବେ।
ବୁଧବାର (୧୮ ଡିସେମ୍ବର):
୧୧ଟାରେ ସିଦ୍ଧମଠରେ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବେ। ଦୁପୁର ୧୨ଟାରେ କେନ୍ଦୁଝର ଅଡିଟୋରିୟମରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଅବସ୍ଥିତ ହେବେ। ସନ୍ଧ୍ୟା ୭ଟାରେ କାଳୀପଡ଼ିଆ ଗୋନାସିକା ମହୋତ୍ସବରେ ଯୋଗଦେବା ପରେ ସର୍କିଟ ହାଉସରେ ଫେରି ବିଶ୍ରାମ କରିବେ।
ଗୁରୁବାର (୧୯ ଡିସେମ୍ବର):
ପୂର୍ବାହ୍ଣ ୧୧ଟାରେ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟ ଚମ୍ପୁଆର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟାନ୍ନ ୩ଟା ୩୦ରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।