ସୋର, ୧୦ ଡିସେମ୍ବର: ସୋର ଥାନା କୁଆମରା ନିକଟରେ ପରିବହନ ବିଭାଗ ଓ ସୋର ପୁଲିସ ପକ୍ଷରୁ ରହିଥିବା ଗାଡ଼ି ଯାଞ୍ଚ କାର୍ଯ୍ୟ ମଧ୍ୟରେ ଏକ ଦୁର୍ଘଟଣା ଘଟି ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି ଓ ଜଣେ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ବାସୁଦେବପୁର ବ୍ଲକର ରାଧାମୋହନପୁରର ପ୍ରତାପ କୁମାର ବିଶ୍ୱାଳ ସୋରରୁ ଅନନ୍ତପୁର ଯାଉଥିବା ବେଳେ ପୁଲିସ ତାଙ୍କୁ ଯାଞ୍ଚ ପାଇଁ ଅଟକାଇଥିଲେ। କିନ୍ତୁ ପ୍ରତାପ ତାହାକୁ ଅଣଦେଖା କରି ଦ୍ରୁତ ଗତିରେ ଜାଇଥିବା ବେଳେ କୁଆମରା ନିକଟରେ ରାସ୍ତାକଡ଼ରେ ଠିଆ ଥିବା ବିଶ୍ୱନାଥ ହାଁସଦାଙ୍କ ବାଇକକୁ ଧକ୍କା ଦେଇ ଦୁର୍ଘଟଣା କରିଦେଇଥିଲେ। ଫଳରେ ଦୁଇ ଜଣେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଏକାପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ପ୍ରତାପଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣାରେ ଆହତ ହୋଇଥିବା ବିଶ୍ୱନାଥ ହାଁସଦା ରୁପ୍ସା ଅଞ୍ଚଳର ବାସିନ୍ଦା ଓ ଏକ ବୃତ୍ତିଗତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ। ସେ ବେଲପୁର ଗ୍ରାମରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଘଟଣାସ୍ଥଳରେ ଠିଆ ହୋଇ ଦୁର୍ଘଟଣାର ସିକାର ହୋଇଥିଲେ। ସେ ବର୍ତ୍ତମାନ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।