Hot Posts

6/recent/ticker-posts

ବରଗଡ଼ ଧନୁଯାତ୍ରା: ଜାନୁଆରୀ ୩ରୁ ଆରମ୍ଭ, ରିହର୍ସଲ ଶୁଭାରମ୍ଭ

ବରଗଡ଼, ୧୬/୧୨: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଏହି ବାର୍ଷିକ ଉତ୍ସବ ଆସନ୍ତା ଜାନୁଆରୀ ୩ରୁ ଆରମ୍ଭ ହେବ ଏବଂ ୧୧ ଦିନ ବ୍ୟାପି ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଏହି ମହାତ୍ସବକୁ ସଫଳ କରିବା ପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ରିହର୍ସଲ ଶୁଭାରମ୍ଭ ହୋଇଛି।  

ରିହର୍ସଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଉପଦେଷ୍ଟା କମିଟିର ସଭ୍ୟ ଅଶୋକ ବେହେରା, ନକୁଳ ବାଦୀ, ଭୁବନ ଭୋଇ, ପ୍ରଶାନ୍ତ ମହାପାତ୍ର ସହ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଉପସ୍ଥିତ ଥିଲେ।  

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ଏବଂ ଅନ୍ୟ ଅଭିନେତା ମାନେ ବି ପୂର୍ବାଭ୍ୟାସରେ ଉପସ୍ଥିତ ରହି ତାଙ୍କର ଅଭିନୟରେ ଦକ୍ଷତା ଅବଲୋକନ କରିଥିଲେ।