କେନ୍ଦୁଝର ୯/୧୨:- କେନ୍ଦୁଝର ଜିଲାର ସାହାରପଡ଼ା ବ୍ଲକ ଗ୍ରାମୀଣ ଅଞ୍ଚଳରେ ଲମ୍ପିସ୍କିନ ଓ ଇ.ଏନ.ଟି ରୋଗର ଉତ୍ପାତ ଗୋପାଳକ ଓ ଚାଷୀମାନଙ୍କ ପାଇଁ ଗୁରୁତର ସମସ୍ୟା ହୋଇଦେଇଛି। ଗୋ’ ପାଳକ ଅଭିମନ୍ୟୁ ମହାନ୍ତଙ୍କ ଗୋ’ ଶାଳାରେ ୫ରୁ ଅଧିକ ଗୋରୁ ଲମ୍ପିସ୍କିନର ଆକ୍ରମଣରେ ଆକ୍ରାନ୍ତ ହେବା ସେ ବ୍ୟଥିତ ହୋଇ କହିଛନ୍ତି। ଏହି ରୋଗରେ ଗୋରୁଙ୍କ ଦେହରେ ବଥ ହୋଇ ପାର୍ଶ୍ୱଭାଗର ଚମଡ଼ା ଛାଡ଼ି ଯାଉଛି, ଯାହା ଫଳରେ ସେମାନେ ଚାଲିବାରେ ଅସମର୍ଥ ହେଉଛନ୍ତି।
ଏହି ଅଞ୍ଚଳର ଶଙ୍ଖୁଆ ଗ୍ରାମର ଚାଷୀ ଯୋଶବନ୍ତ ମହାନ୍ତ କହିଛନ୍ତି ଯେ ଛେଳିମାନଙ୍କ ମଧ୍ୟରେ ଇଏନ୍ଟି ରୋଗ ବ୍ୟାପିଛି। ଏହାର କାରଣରେ ଛେଳି ମୃତ୍ୟୁ ହେବାର ଆଶଙ୍କା ଦେଖାଦେଉଛି। ଗୋ’ ଏବଂ ଛେଳି ଦୁହିଁପରିବାରେ ଏହି ରୋଗ ବ୍ୟାପିବାରୁ ସ୍ଥାନୀୟ ଚାଷୀ ମଧ୍ୟରେ ଦୀର୍ଘମିଆ ଆର୍ଥିକ କ୍ଷତିର ଭୟ ସୃଷ୍ଟି ହୋଇଛି।
ସାହାରପଡ଼ା ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ଲିନା ମଲ୍ଲ କହିଛନ୍ତି ଯେ ଗୋ’ ଓ ଛେଳିଙ୍କୁ ଟିକାକରଣ ଶୀଘ୍ର ଆରମ୍ଭ ହୋଇଛି। ପ୍ରାଣୀ ସମ୍ପଦ ବିଭାଗ ଏହି ଅଞ୍ଚଳର ଗୋ’ ଓ ଛେଳିମାନଙ୍କୁ ଚିକିତ୍ସା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଛି। ଚାଷୀମାନଙ୍କ ଦାବି ଅନୁସାରେ, ରୋଗର ପ୍ରଭାବ କମେଇବା ପାଇଁ ଟିକାକରଣକୁ ଆହୁରି ବ୍ୟାପକ କରିବା ଆବଶ୍ୟକ।