Hot Posts

6/recent/ticker-posts

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆପ୍‌ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

 


ନୂଆଦିଲ୍ଲୀ, ୯।୧୨: ଆମ୍‌ ଆଦ୍ମୀ ପାର୍ଟି (ଆପ୍‌) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ୧୮ ଜଣ ବର୍ତ୍ତମାନ ବିଧାୟକଙ୍କ ଟିକେଟ କାଟିବା ସହିତ ୨ ଜଣଙ୍କ ଆସନ ବଦଳାଯାଇଛି।  

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏଥର ଜଙ୍ଗପୁରା ଆସନରୁ ପ୍ରାର୍ଥୀ କରାଯାଇଛି। ସେ ଏପର୍ଯ୍ୟନ୍ତ ପଟପଡ଼ଗଞ୍ଜ ଆସନରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ମଙ୍ଗୋଲପୁରୀରୁ ବିଧାୟକ ଏବଂ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିଡ୍ଲାଁଙ୍କୁ ମାଦିପୁର ଆସନରୁ ପ୍ରାର୍ଥୀ କରାଯାଇଛି।  

ଆପ୍‌ର ଏହି ତାଲିକାରେ ନୂଆ ମୁହାଁମାନେ ମଧ୍ୟ ଆକର୍ଷଣର କେନ୍ଦ୍ରରେ ଅଛନ୍ତି। ନିକଟରେ ଦଳରେ ଯୋଗଦେଇଥିବା ଚର୍ଚ୍ଚିତ ଏବଂ ଯୁପିଏସ୍‌ସି ଶିକ୍ଷକ ଅଓବଧ ଓଝାଙ୍କୁ ପଟପଡ଼ଗଞ୍ଜ ଆସନରୁ ପ୍ରାର୍ଥୀ କରାଯାଇଛି। ତାଙ୍କ ସହ ଆପ୍‌ରେ ଯୋଗଦେଇଥିବା କଂଗ୍ରେସ ଏବଂ ଭାଜପାର ପୂର୍ବତନ ନେତାମାନେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।  

ପ୍ରଥମ ପର୍ଯ୍ୟାୟରେ ଆପ୍‌ ୧୧ ଜଣ ପ୍ରାର୍ଥୀଙ୍କ ଘୋଷଣା କରିଥିଲା। ଏହାସହ ଆଜି ପର୍ଯ୍ୟନ୍ତ ଆପ୍‌ ୩୧ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ଏବେଯାଏଁ ଭାଜପା ଏବଂ କଂଗ୍ରେସ ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହାନ୍ତି।  

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଦଳମାନଙ୍କ ଆନ୍ତର୍କଳହ ଓ ପ୍ରାର୍ଥୀ ନିଯୁକ୍ତିର ପ୍ରକ୍ରିୟା ନେଇ ଆଗାମୀ ଦିନରେ ରାଜନୈତିକ ପରିସ୍ଥିତି ଏକ ନୂଆ ମୁଖ ଦେଖିବାକୁ ମିଳିବ।