ବରଗଡ଼,ଝାରବନ୍ଧ: ୩/୧୨ : ଝାରବନ୍ଧ ଥାନା ପୋଲିସର ଏକ ସଫଳ ଅଭିଯାନରେ, ଶକ୍ତି ଛକରେ ମୋଟର ଯାନ ଚେକିଂ ସମୟ ରେ 45 ଟି କଫ ସିରଫ, 5 ଟି ଖାଲି ସିରଫ, 4 ପତା ନିଶା ବଟିକା, 1 ପତା ଖାଲି ନିଶା ବଟିକା, 5 ଟି ଡିସପୋଜଲ ଗ୍ଲାସ, 720 ଟଙ୍କା ଜବତ କରିଛି। ଏହା ସହିତ ଅଭିଯାନରେ ଡୁଙ୍ଗୁରିପାଲି ଗ୍ରାମର 46 ବର୍ଷୀୟ ଲକ୍ଷ୍ମଣ ପଟେଲ (ପିତା - ସ୍ବର୍ଗତ ଲମ୍ବୋଦର ପଟେଲ) ଏବଂ ଜଟେଶିରା ଗ୍ରାମର 28 ବର୍ଷୀୟ ସାନନ୍ଦ ସାହୁ (ପିତା - ଜୟନ୍ତ ସାହୁ) ଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନେ ଗୋଟିଏ କଳା ରଙ୍ଗର ମୋଟରସାଇକେଲ ଦ୍ୱାରା ନିଶା ସମ୍ବନ୍ଧୀୟ ପ୍ରତିବନ୍ଧିତ ପଦାର୍ଥଗୁଡ଼ିକ ପଠାଇବା ଚେଷ୍ଟା କରୁଥିଲେ। ପୋଲିସ ସୂଚନା ମିଳିଲାପରେ ଚକମା ଦେଇ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ପାଖରୁ ମିଳିଥିବା ଦଲିଲ ଆଧାରରେ ମାମଲା ରୁଜୁ କରାଯାଇଛି।