Hot Posts

6/recent/ticker-posts

ସାଇବର ଠକେଇ: ହିଞ୍ଜିଳିରେ ଅବସରପ୍ରାପ୍ତ ଡାକ୍ତରଙ୍କୁ ସାଢେ ୫ ଲକ୍ଷ ଟଙ୍କାର ଠକେଇ, ପୋଲିସ ତଦନ୍ତ ଜାରି


ହିଞ୍ଜିଳିକାଟୁ, ୧୦.୧୨: ସାଇବର ଠକମାନଙ୍କ ତରଫରୁ ଏକ ମୁହଁବନ୍ଦ ଫନ୍ଦରେ ଫସି, ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳର ସମରଝୋଳ ଗ୍ରାମର ଅବସରପ୍ରାପ୍ତ ଡାକ୍ତର ନରେନ୍ଦ୍ର କୁମାର ମହାନ୍ତି ସାଢେ ୫ ଲକ୍ଷ ଟଙ୍କା ହାରାଇଥିବା ଘଟଣା ପ୍ରକାଶ ପାଇଛି। ଏହାକୁ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା, ଏବଂ ପୋଲିସ ତଦନ୍ତ ଜାରି ରଖିଛି।  

ସୋମବାର ରାତିରେ ଏକ ଅଜଣା ୱାଟସଅପ ଅଡିଓ କଲ ଆସିଥିଲା, ଯେଉଁଠାରେ ଠକ ନିଜକୁ ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଆଇନଜୀବ ଭାବେ ପରିଚୟ ଦେଇଥିଲେ। ପରେ ଭିଡିଓ କଲ ମାଧ୍ୟମରେ ଏକ ଆଭାସୀକ ନ୍ୟାୟାଳୟ ଏବଂ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟର ଭିଡିଓ ଦେଖାଇ ଡାକ୍ତରଙ୍କୁ ତାଙ୍କ ବିରୁଦ୍ଧରେ ଜମିଜମା ଠକେଇର ମାମଲା ରହିଥିବା ଭୟ ଦେଇଥିଲେ। ଏହା ପରେ ପରିବାର ସଦସ୍ୟଙ୍କୁ ଜେଲ ଦଣ୍ଡ ଭୟ ପ୍ରଦର୍ଶନ କରି ସାଢେ ୬ ଲକ୍ଷ ଟଙ୍କା ଦାବି କରାଯାଇଥିଲା।  

ଭୟଭୀତ ହୋଇ ଡାକ୍ତର ମହାନ୍ତି ଏକାଉଣ୍ଟ ନମ୍ବରରେ ସାଢେ ୫ ଲକ୍ଷ ଟଙ୍କା ଜମା କରିଥିଲେ। ପରେ ଠକମାନେ ଅଧିକ ଟଙ୍କା ଦାବି କରିବାରୁ ଘଟଣା ସମ୍ପର୍କରେ ତାଙ୍କ ପୁଅ ସଜାଗ ହୋଇଥିବାରୁ ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ ଦାୟର କରାଯାଇଥିଲା।  

ଘଟଣାରୁ ଏକ ମାମଲା ରୁଜୁ କରି ହିଞ୍ଜିଳି ପୋଲିସ ସାଇବର ଥାନା ସହିତ ଯୋଗାଯୋଗ କରି ତଦନ୍ତ ଆରମ୍ଭ କରିଛି। ସାଇବର ଠକମାନଙ୍କ ଚିହ୍ନଟ ପାଇଁ ପ୍ରଯୁକ୍ତି ବ୍ୟବହାର କରାଯାଉଛି।