କେନ୍ଦୁଝର, ୨୯ /୧୨: କେନ୍ଦୁଝର ମୁଖ୍ୟ କାରାଗାରରେ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡକୁ ଭୋଗୁଥିବା ପରେଶ ମୁଣ୍ଡା ନାମକ କଏଦୀ ଶନିବାର ରାତିରେ ଜେଲ ପରିସରରୁ ଫେରାର ହୋଇଛନ୍ତି। ଏହି ଘଟଣା ମୁହୂର୍ତ୍ତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି।
ପରେଶ ମୁଣ୍ଡା ସବୁଦିନ ଭଳି ଶନିବାର ମଧ୍ୟ ଜେଲ ପରିସରରେ ଗୋ’ ସେବା କାମରେ ବ୍ୟସ୍ତ ଥିଲେ। ଅପରାହ୍ନ ସମୟରେ ତାଙ୍କ ହଠାତ୍ ନଜର ଭୁଲାଇ ଖସି ଜଙ୍ଗଲ ଅଭିମୁଖେ ପକାଇଥିବା ଅନୁମାନ ହେଉଛି। ଜେଲ୍ ପୋଲିସ ତାଙ୍କୁ ଧରିବା ପାଇଁ ଆଗ ପଛ କଲେ ମଧ୍ୟ ସେ ନିଜକୁ ଲୁଚାଇବାରେ ସଫଳ ହୋଇଛନ୍ତି। ଖୋଜାଖୋଜି କରିବା ପରେ ଏହି ସମ୍ପର୍କରେ ଟାଉନ ଥାନାରେ ଜେଲ ପକ୍ଷରୁ ଏକ ଲିଖିତ ଅଭିଯୋଗ କରାଯାଇଛି।
ଘଟଣାକୁ ଗୁରୁତରତାର ସହିତ ଗ୍ରହଣ କରି, ପୋଲିସ ପରେଶ ମୁଣ୍ଡାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଏହି ଘଟଣା ପରେ କେନ୍ଦୁଝର କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। କାରାଗାର ପ୍ରଶାସନ ନିଜର କର୍ତ୍ତବ୍ୟରେ କେତେ ଶିଥିଲ ତାହା ଏବେ ଗଭୀର ତଦନ୍ତର ବିଷୟ ହୋଇପଡ଼ିଛି। ଆଗାମୀ ଦିନରେ ଏହି ପ୍ରକାର ଘଟଣା ପୁନରାବୃତ୍ତି ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଆବଶ୍ୟକ।