Hot Posts

6/recent/ticker-posts

ଯାଜପୁର ଟାଉନ: ବିଧାୟକ ଉପରେ ଆକ୍ରମଣ ମାମଲାରେ ୧୪ ଅଭିଯୁକ୍ତଙ୍କୁ ଜାମିନ



ଯାଜପୁର:୪/୧୨:  ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ ଜଣ ଅଭିଯୁକ୍ତଙ୍କୁ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦଙ୍କ ନିକଟରୁ ଜାମିନ ମଞ୍ଜୁର ହୋଇଛି। ଏହି ମାମଲାର ଘଟଣା ଗତ ନଭେମ୍ବର ୨୦ ତାରିଖରେ ବିରଜା ପ୍ରକଳ୍ପ ସମର୍ଥକମାନଙ୍କ ପକ୍ଷରୁ ବୁଢ଼ାଘାଟ ଅଞ୍ଚଳରେ ରାସ୍ତାରୋକୋ ହୋଇଥିଲା ।  

ରାସ୍ତାରୋକୋ ସମୟରେ ବିଧାୟକ ହିମାଂଶୁ ଶେଖର ସାହୁ ଯାଜପୁର ଆସୁଥିବା ବେଳେ ତାଙ୍କ ଗାଡ଼ିକୁ ଅବରୋଧ କରାଯାଇଥିଲା। ଏହା ସମୟରେ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ସୁନା ଚେନ୍‌ ଛିଣ୍ଡାଇ ନିଆଯାଇଥିଲା। ତାଙ୍କ ସୁରକ୍ଷାରେ ରହୁଥିବା ଅଙ୍ଗରକ୍ଷୀ ଶକ୍ତିପ୍ରସାଦ ରାଉତଙ୍କୁ ମଧ୍ୟ ମାଡ଼ି ଆକ୍ରମଣ କରାଯାଇଥିଲା 

ଘଟଣା ପରେ ବିଧାୟକ ଯାଜପୁରସଦର ଥାନାରେ ମାଡ଼ ଏବଂ ଚୋରିର ଅଭିଯୋଗ କରିଥିଲେ। ମାମଲା ରୁଜୁ କରି ପୋଲିସ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା। ମୁଳକ ମାମଲା ନଂ. ୩୩୦/୨୪ ରୁଜୁ ହୋଇଥିଲା।  

ଅଭିଯୁକ୍ତମାନଙ୍କ ପକ୍ଷରୁ ଆଗରୁ ଯାଜପୁର ଏସ୍‌ଡିଜେଏମଙ୍କ ନିକଟରେ ଜାମିନ ଦରଖାସ୍ତ ନାମଞ୍ଜୁର ହେବା ପରେ ଜିଲା ଦୌରାଜଜ୍‌ଙ୍କ ନିକଟରେ ନବୀନ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବତନ୍ତ୍ର ପିପି ଜାମିନ ବିରୋଧୀ ଯୁକ୍ତି ଉପସ୍ଥାପନ କରିଥିଲେ। ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ପ୍ରବୀର ରାୟ ଯୁକ୍ତି ଦେଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଭିଯୁକ୍ତମାନଙ୍କ ଜାମିନ ମଞ୍ଜୁର କରାଯାଇଥିଲା।  

ଏହି ମାମଲାରେ ଜାମିନ ପ୍ରାପ୍ତ ହେବା ଶତ୍ତ୍ୱେ, ଅଭିଯୁକ୍ତମାନଙ୍କ ବିରୋଧରେ ଆଗରୁ ରହିଥିବା କେଶ ନଂ. ୩୩୪/୨୪ ଓ ୩୩୫/୨୪ ଦୃଷ୍ଟିରେ ରଖି, ସେମାନଙ୍କୁ ଅଧିକ ସମୟ ଜେଲରେ ରଖାଯାଇବ।