ନୂଆପଡ଼ା, ୨୨/୧୨:- ଖଡ଼ିଆଳ ବନ ବିଭାଗ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଚଢାଉ କରି ୩ କିଲୋଗ୍ରାମ ୧୩୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି। ଏହି ଅଭିଯାନରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହେବା ସମ୍ବନ୍ଧୀ ଅଭିଯୁକ୍ତମାନେ ହେଲେ ବୋଡେନ ଥାନା ଝରଣାମାଲ ଗାଁର ଚତୁର୍ଭୁଜ କଟା (୭୧) ଓ ନରହରି ଗହୀର (୭୦) ଏବଂ ସିନାପାଲି ଥାନା ଗୋବିନ୍ଦପୁର ଗାଁର କୁମୁଦ ହଂସ (୩୮) ଓ ସନ୍ତୋଷ ହଂସ (୨୮)।
ମିଳିଥିବା ସୂଚନା ଅନୁସାରେ, ବଜ୍ରକାପ୍ତାକୁ ଗତ ମାସରେ ବୋଡେନ ଥାନା ନାଗପଡ଼ା ପଞ୍ଚାୟତ ନିକଟରେ ଜଙ୍ଗଲରେ ଚତୁର୍ଭୁଜ ଓ ନରହରି ଶୀକାର କରିଥିଲେ। ଏହା ପରେ ସେମାନେ ବଜ୍ରକାପ୍ତାର କାତି ବାହାର କରି ବିକ୍ରି ପାଇଁ ଗ୍ରାହକ ଖୋଜୁଥିଲେ। ଗତ ୧୮ ତାରିଖରେ ବ୍ୟବସାୟୀ କୁମୁଦ ଓ ସନ୍ତୋଷ ଏହି କାତି କିଣିବାକୁ ଝରଣାମାଲ ଗାଁକୁ ଆସିଥିଲେ।
ଖଡ଼ିଆଳ ଡିଏଫ୍ଓ ଆଜିଜ ଖାନ୍ଙ୍କ ନିର୍ଦ୍ଦେଶରେ ବନ ବିଭାଗ ଟିମ୍ ଏହା ସଫଳତାର ସହିତ ଅଭିଯାନ କରିଥିଲା। ଜବତ କାତିର ମୋଟ ଓଜନ ୩ କିଲୋଗ୍ରାମ ୧୩୦ ଗ୍ରାମ ଥିଲା। ଗିରଫ କରାଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ଓ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ହାଜତକୁ ପଠାଇ ଦିଆଯାଇଛି।