Hot Posts

6/recent/ticker-posts

ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରଦାନ


କେନ୍ଦୁଝର: କେନ୍ଦୁଝର ଜିଲାର ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରାଯାଇଛି। ଶୁକ୍ରବାର ପାଟଣା ବ୍ଲକର ୧୪ ସମିତି ସଭ୍ୟ ଏକାଠି ହୋଇ କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳେଇଙ୍କ ନିକଟରେ ଏନେଇ ଦରଖାସ୍ତ ଦେଇଛନ୍ତି।  

ସୂଚନା ଅନୁଯାୟୀ, ପାଟଣା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ପ୍ରସ୍ତାବିତ ଅନାସ୍ଥାର କାରଣ ହେଉଛି ତାଙ୍କର ମନମୁଖି ଶାସନ, ନିୟମିତ ସମିତି ବୈଠକ ନ ଡାକିବା, ଉନ୍ନୟନ କାର୍ଯ୍ୟ ସଭ୍ୟଙ୍କ ଅଜ୍ଞାତରେ କରିବା, ଓ ଦୁର୍ବ୍ୟବହାର କରିବା। ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକଙ୍କ ନେତୃତ୍ୱରେ ୧୪ ସମିତି ସଭ୍ୟ ଏକାଠି ହୋଇ ଏହି ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଛନ୍ତି। 

ଉପଜିଲାପାଳ ଦଳେଇ ଜଣାଇଛନ୍ତି, ୩ରୁ ୪ଜଣ ସମିତି ସଭ୍ୟ ସେମାନଙ୍କ ଦସ୍ତଖତ ସମ୍ବଳିତ ଦରଖାସ୍ତ ଦେଇଛନ୍ତି। ସେହି ପ୍ରସ୍ତାବ ଅନୁଯାୟୀ, ଏହାର ତଦନ୍ତ ପାଇଁ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।