Hot Posts

6/recent/ticker-posts

ସମ୍ବଲପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ଗସ୍ତ, ଭିମସାର୍‌ ସୁପର ସ୍ପେସାଲିଟି ହସ୍ପିଟାଲ୍ ଉଦ୍‌ଘାଟନ


ସମ୍ବଲପୁର: ୨୧/୧୨:- ସମ୍ବଲପୁର ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ତାଙ୍କ ଗସ୍ତ ତାରିଖ ଆସନ୍ତା ୨୮ କିମ୍ବା ୩୦ ଥାକିପାରେ ବୋଲି ସୂଚନା ମିଳିଛି। ଏହି ଅବସରରେ ସେ ବୁର୍ଲାର ଭିମସାର୍‌ ସୁପର ସ୍ପେସାଲିଟି ହସ୍ପିଟାଲର ଉଦ୍‌ଘାଟନ କରିବା ସହ ୪ଟି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। 

ଉଦ୍‌ଘାଟନ ଅବସରରେ ତାଙ୍କ ପ୍ରଥମ କାର୍ଯ୍ୟକ୍ରମ ରହିବ ମା’ ସମଲେଶ୍ୱରୀଙ୍କ ଦର୍ଶନ। ତା’ ପରେ ସେ କୁଦୋପାଲିର ଐତିହାସିକ ନରସଂହାର ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରିବେ। ଏହି ପୁସ୍ତକ ଏକ ଅଲୋକପ୍ରଦ ଗବେଷଣାର ଫଳ, ଯେଉଁଥିରେ ସମ୍ବଲପୁରର ସ୍ୱାଧୀନତା ସଂଘର୍ଷ ଓ ବଳିଦାନକୁ ଉଲ୍ଲେଖ କରାଯାଇଛି। 

ଗତ ନଭେମ୍ବର ୧୮ ତାରିଖରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲର ଉଦ୍‌ଘାଟନ ହେବାକୁ ଥିଲା। କିନ୍ତୁ କୌଣସି କାରଣରୁ ଏହା ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହାର ଅନୁଷ୍ଠାନ ଆସନ୍ତା ସପ୍ତାହରେ ସ୍ଥିର ହେବ। 

ସ୍ୱରାଷ୍ଟ୍ର ମନ୍ତ୍ରୀ ଆସିବା ସମ୍ବନ୍ଧରେ ବରିଷ୍ଠ ବିଜେପି ନେତାଙ୍କ ସୂଚନା ଅନୁସାରେ, ୨୮ ତାରିଖ ଧାର୍ଯ୍ୟ ହୋଇପାରେ, ଯଦିଓ ୩୦ ତାରିଖ ପୂର୍ବରୁ ଏହା ସ୍ପଷ୍ଟ ହେବ। ଗସ୍ତ ସମୟରେ ସେ ସମ୍ବଲପୁରର ଗୌରବ ଏବଂ ସଂସ୍କୃତିକୁ ଉତ୍ସର୍ଗ କରିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।