Hot Posts

6/recent/ticker-posts

କଳାହାଣ୍ଡିର ମଣ୍ଡି ପରିଦର୍ଶନରେ ମନ୍ତ୍ରୀ ମୁକେଶ ମହାଳିଙ୍ଗ: ଚାଷୀଙ୍କ ସମସ୍ୟା ଓ ସରକାରୀ ପ୍ରତିଶ୍ରୁତିର ତଥ୍ୟ ସଂଗ୍ରହ


ଭବାନୀପାଟଣା, ୧୯/୧୨:- କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ ଗୁରୁବାର ସକାଳୁ ଏହାଞ୍ଚଳର ବିଭିନ୍ନ ମଣ୍ଡି ପରିଦର୍ଶନ କରି ଚାଷୀମାନଙ୍କ ସମସ୍ୟାର ସମୀକ୍ଷା କଲେ। ମନ୍ତ୍ରୀଙ୍କ ଦିନର କାର୍ଯ୍ୟକ୍ରମ ଉତ୍କେଲା ଏୟାରପୋର୍ଟରୁ ଆରମ୍ଭ ହୋଇ, ଜୁନାଗଡ଼ ଆର୍‌ଏମ୍‌ସି ଅଧୀନରେ ଥିବା ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ପରିଦର୍ଶନ ପର୍ଯ୍ୟନ୍ତ ଚାଲିଥିଲା।  

ମନ୍ତ୍ରୀ ତଳ ଜରିଙ୍ଗ, ଜୁନାଗଡ଼ ଓ ବଣିଜରା ମଣ୍ଡିକୁ ଯାଇ ସିସିଟିଭି ଯାଞ୍ଚ କରିଥିଲେ। ଚାଷୀମାନଙ୍କ ସହ ତାଙ୍କର ସଂବାଦ ସମୟରେ ସେ ଆବଶ୍ୟକ ଉପକରଣ ଓ ରାଜ୍ୟ ସରକାର ଦ୍ୱାରା ଏହାପର୍ଯ୍ୟନ୍ତ ପୂରଣ କରାଯାଇଥିବା ପ୍ରତିଶ୍ରୁତି ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ 

ବିଧାନସଭା ନିର୍ବାଚନ ସମୟରେ ଧାନର ମୁଲ୍ୟ ୩୧ ଶହ ଟଙ୍କା ପ୍ରତି କୁଇଣ୍ଟାଲ କରାଯିବା ପ୍ରତିଶ୍ରୁତି ଦେଇଥିବା ଭାଜପା ସରକାର ଏବେ ଏହି ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଚାଷୀମାନେ ଏହାପାଇଁ ସରକାର ଉପରେ ସନ୍ତୋଷ ପ୍ରକାଶ କରିଥିଲେ। ମନ୍ତ୍ରୀ ମହାଳିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ

ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଶୀ, କଳାହାଣ୍ଡି ଜିଲାପାଳ ପାୱାର୍‌ ସଚିନ ପ୍ରକାଶ ଏବଂ ଉପଜିଲାପାଳ ଧୀମାନ ଚକମା ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ!