Hot Posts

6/recent/ticker-posts

ପୂର୍ବ ଶତ୍ରୁତା ରକ୍ତରଞ୍ଜିତ: ଆନନ୍ଦପୁରରେ ଜଣେ ଗୁରୁତର, ଜଣେ ଆହତ

 


ଆନନ୍ଦପୁର, ୨୦ /୧୨:ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣରେ ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଂଚାୟତର ଖିଲାର ସାହିରେ ଏକ ଚମକଜଣକ ଘଟଣା ଘଟିଛି। ଏଥିରେ ବିଜୁ ପରିଡ଼ା (୩୫) ଓ ତାଙ୍କ ଶାଶୂ ପ୍ରମିଳା ପଲେଇ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି। ଦୁହେଁଙ୍କୁ ତତ୍କ୍ଷଣାତ୍ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି।  

ସୂଚନା ଅନୁସାରେ, ବିଜୁ ପରିଡ଼ା ଓ ଶିବ ଖିଲାରଙ୍କ ମଧ୍ୟରେ ପୂର୍ବରୁ ଇଟା ପକାଇବା ନେଇ ବିବାଦ ଚାଲିଥିଲା। ଏହି ପୂର୍ବ ଶତ୍ରୁତାକୁ ଆଧାର କରି, ଶୁକ୍ରବାର ବିଜୁ ନିଜ କାମକାଜରେ ଯାଉଥିବା ବେଳେ, ଶିବ ଖିଲାର ତାଙ୍କ ପରିବାର ଲୋକଙ୍କ ସହ ଏବଂ ଅନ୍ୟ ୨ ଜଣଙ୍କ ସାଥିରେ ମିଶି ଉକ୍ତ ଆକ୍ରମଣ ଘଟାଇଥିଲେ। ଠେଙ୍ଗା ଏବଂ ଅସ୍ତ୍ର ଦ୍ୱାରା ମାରପିଟ୍ କରିଥିବା ଅଭିଯୋଗ ହୋଇଛି।  

ଘଟଣା ପରେ, ଆନନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ଖୋଜ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।