Hot Posts

6/recent/ticker-posts

ବରଗଡ଼ରେ ଧନୁଯାତ୍ରା ମହୋତ୍ସବରେ ବେଆଇନ ପାର୍କିଂ ଫି ଓ ଟିକେଟ୍‌ ଦରକୁ ନେଇ ଚର୍ଚ୍ଚା


ବରଗଡ଼ , ୯/୧: ବରଗଡ଼ରେ ଚାଲିଥିବା ବୃହତ୍ ଧନୁଯାତ୍ରା ମହୋତ୍ସବ ଏବଂ ତାହାର ସମାନ୍ତରାଳ ଆୟୋଜନଗୁଡ଼ିକୁ ନେଇ ସହରରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଲାଗିଥିବା ମୀନାବଜାର, ଝୁଲା, ଫୁଡ୍‌ ଫେଷ୍ଟ୍‌, ଏବଂ ଅନ୍ୟାନ୍ୟ ଆନନ୍ଦ ଆକର୍ଷଣ ସାଥିରେ ଏଥିରେ ଖୋଲିଥିବା ରୋବାଟିକ୍‌ ଆନିମଲ ଜୁ’ର ଟିକେଟ୍‌ ଦର ଏବଂ ଦୋଳି ଟିକେଟ୍‌ ନେଇ ସଚେତନ ନାଗରିକ ମଞ୍ଚ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି।  

ପଡ଼ିଆର କେନ୍ଦ୍ରଭାଗରେ ଖୋଲାଯାଇଥିବା ରୋବାଟିକ୍‌ ଆନିମଲ ଜୁ’ରେ ଦର୍ଶକଙ୍କଠାରୁ ମୂଲତଃ ପ୍ରତି ଜଣ ପାଇଁ ୫୦ ଟଙ୍କା ନେବା ଘୋଷଣା କରାଯାଇଥିଲା। କିନ୍ତୁ ସଚେତନ ମଞ୍ଚର ଆପତ୍ତିର ପରିଣାମରେ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି। ଏହାନୁସାରେ ଛୋଟ ପିଲାମାନଙ୍କ ପାଇଁ ଟିକେଟ୍‌ ଦର ୨୦ ଟଙ୍କା ଏବଂ ବଡ଼ ଲୋକମାନଙ୍କ ପାଇଁ ୩୦ ଟଙ୍କା କରାଯାଇଛି। ଏହାସହିତ ଦୋଳି ଓ ଝୁଲା ପାଇଁ ମୂଲ୍ୟ ଜଣ ପ୍ରତି ୫୦ ଟଙ୍କା ଧାର୍ଯ୍ୟ ହୋଇଛି। 

ପଡ଼ିଆରେ ବେଆଇନ ଭାବେ ଅଧିକ ପାର୍କିଂ ଫି ଅସୁଲ ହେବାର ଅଭିଯୋଗ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ଏହି ସମସ୍ୟାର ସମାଧାନରେ ୨ଚକିଆ ଯାନ ପାଇଁ ୩୦ ଟଙ୍କା ଏବଂ ୪ଚକିଆ ଯାନ ପାଇଁ ୧୦୦ ଟଙ୍କା ପାର୍କିଂ ଫି ନିର୍ଦ୍ଦେଶ କରାଯାଇଛି। ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟି ଏହି ନିର୍ଦ୍ଦେଶକୁ ଲାଗୁ କରିବାକୁ ନିର୍ଣ୍ଣୟ ନେଇଛି ଓ ଅଧିକ ଅସୁଲ ହେଲେ ଦୃଢ଼ କାର୍ଯ୍ୟନୁଷ୍ଠାନ କରାଯିବ 

ପାନୀୟଜଳ, ଶୌଚାଳୟ, ଏବଂ ପରିମଳ ସୁବିଧା ଯୋଗାଇବାକୁ ପ୍ରଶାସନ ନୂତନ ଉଦ୍ୟମ ଆରମ୍ଭ କରିଛି। ଧନୁଯାତ୍ରାର ଆନନ୍ଦକୁ ଅଧିକ ସୁନିମ୍ନତ କରିବାକୁ ଏହି ସ୍ଥାନଗୁଡ଼ିକର ସୁବିଧା ଦୃଢ଼ କରାଯାଇଛି।  

ସଚେତନ ନାଗରିକ ମଞ୍ଚର ପ୍ରତିନିଧିମାନେ ଧନୁଯାତ୍ରାର ପରିଚାଳନାରେ ସୁସ୍ଥ ଓ ନ୍ୟାୟସଙ୍ଗତ ବ୍ୟବସ୍ଥା ରଖିବାକୁ ପ୍ରଶାସନଙ୍କ ପ୍ରତି ଆହ୍ବାନ କରିଛନ୍ତି। ସମୂହୀକ ଅଭିଯୋଗ ଓ ସୁଚନା ପ୍ରଦାନ ମଧ୍ୟ ଜାରି ରହିବ।