କେନ୍ଦୁଝର, ୦୨।୦୧:କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗାଁରେ ପରକିଆ ପ୍ରୀତିକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କ ତୀର ମାଡରେ ସ୍ତ୍ରୀ ଚନି ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା।
ପ୍ରାଥମିକ ତଦନ୍ତ ଅନୁଯାୟୀ, ଚନି ମୁଣ୍ଡାଙ୍କ ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କକୁ ନେଇ ସ୍ୱାମୀ ଦଶରା ମୁଣ୍ଡାଙ୍କ ସହ ସବୁବେଳେ ଝଗଡ଼ା ହେଉଥିଲା। ବୁଧବାର ବିଳମ୍ବିତ ରାତିରେ ମଧ୍ୟ ଏହି କାରଣରେ ଦୁଇଜଣଙ୍କ ମଧ୍ୟରେ ତୀବ୍ର ବିବାଦ ହୋଇଥିଲା। ମନୋଭାବରେ ଉତ୍ୟକ୍ତ ହୋଇ ଦଶରା ମୁଣ୍ଡା ତୀର ଦ୍ୱାରା ଚନିଙ୍କୁ ଆକ୍ରମଣ କରିଥିଲେ। ତୀର ଚନିଙ୍କ ଛାତିକୁ ବାଜିଥିଲା। ଘଟଣା ପରେ ସକାଳେ ଦଶରା ଓ ତାଙ୍କ ପରିବାର ଲୋକେ ଚନିଙ୍କୁ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ସେଠାରେ ଚିକିତ୍ସାରେ ତାଙ୍କ ମୃତ୍ୟୁ ଘଟିଛି। ପୋଲିସ ଦଶରାକୁ ଅଟକ କରି ପଚରାଉଚରା ଜାରି ରଖିଛି। ,