ଲୋଇସିଂହା, ୧/୦୧: ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନାର ପଦ୍ମପୁର-କନ୍ଦାଜୁରୀ ସାପ୍ତାହିକ ବଜାର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଚଳନ୍ତା ଗାଡ଼ିରେ ଭୟାବହ ନିଆଁ ଲାଗିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ନିଆଁ ଲାଗି ହୋଇଥିବା ଆଶଙ୍କା କରାଯାଉଛି। ଭାଗ୍ୟକ୍ରମେ ଡ୍ରାଇଭର ସୁରକ୍ଷିତ ରହିଛନ୍ତି!
ସ୍ଥାନୀୟ ଲୋକମାନଙ୍କ ସୂଚନାନୁଯାୟୀ, ଗାଡ଼ିଟି ଛତିଶଗଡ଼ରୁ ଫେରିଥିଲା। ଯାନ୍ତ୍ରିକ ତ୍ରୁଟି ଫଳରେ ଗାଡ଼ିର ଇଞ୍ଜିନରୁ ନିଆଁ ଲାଗି ବିଶାଳ ଅଗ୍ନି ର ରୂପ ନେଲା । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚିଥିଲେ, କିନ୍ତୁ ଗାଡ଼ି ଏତେ ଦ୍ରୁତ ଜଳିଥିଲା କି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା।
ଏହି ଅଘଟଣରେ କିଛି ସମୟ ପାଇଁ ପଦ୍ମପୁର-କନ୍ଦାଜୁରୀ ରାସ୍ତାରେ ଯାତାୟାତ ବନ୍ଦ ହୋଇ ଥିଲା। ମାନବୀୟ ହାନି ନ ହୋଇଥିଲେ ମଧ୍ୟ, ଗାଡ଼ିର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି।