Hot Posts

6/recent/ticker-posts

ବରଗଡରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା, ରାଜମହଳର ଆଭାକୁ ଆସ୍ବାଦନ କରିବେ ମଥୁରାବାସୀ


ବରଗଡ, ୦୩/୦୧: ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠାନ ଆରମ୍ଭ ହେଉଛି। ଗତ ୭୭ ବର୍ଷରୁ ଚାଲିଆସୁଥିବା ଏହି ଯାତ୍ରା ଏଥର ଅଧିକ ଆକର୍ଷଣ ଓ ଆଲୋକମୟ ଭାବରେ ଆୟୋଜନ ହେବାକୁ ଯାଉଛି। ଏହି ଯାତ୍ରା ୧୧ ଦିନ ଧରି ଚାଲିବ ଏବଂ ଜାନୁଆରୀ ୧୩ ତାରିଖରେ ଶେଷ ହେବ।  ଧନୁଯାତ୍ରାର କେନ୍ଦ୍ରବିନ୍ଦୁ ହାଟପଦାସ୍ଥିତ ମହାରାଜ କଂସଙ୍କ ରାଜ ଦରବାର, ଯାହାର ଉଚ୍ଚତା ୬୦ ଫୁଟ ଏବଂ ପ୍ରସ୍ଥ ୧୨୦ ଫୁଟ। ଏହି ରାଜମହଳର ଏଥର ଅଧିକ ଆକର୍ଷଣୀୟ ମାନିବାକୁ କାରିଗରମାନେ ଦିନରାତି କାମ କରିଛନ୍ତି। ରାଜ ଦରବାର ସହିତ ରଂଗମହଲ ଓ ବିଭିନ୍ନ ତୋରଣଗୁଡ଼ିକ ମଧ୍ୟ ଉଜ୍ଜଳ ଆଲୋକମାଳାରେ ସଜାଗଲା।  ଧନୁଯାତ୍ରାର ପ୍ରଥମ ଦିନ ଅପରାହ୍ନରେ ଆରମ୍ଭ ହୋଇଥିବା ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ମା ସମଲେଇଙ୍କ ମନ୍ଦିରକୁ ପହଂଚିବାର ଯୋଜନା ରହିଛି। ସେଠାରେ ଯାତ୍ରାର ସୁଭ ସମ୍ପାଦନା ପାଇଁ ପୂଜାର୍ଚ୍ଚନା ହେବ। ପରବର୍ତ୍ତୀତ, ଶୋଭାଯାତ୍ରା ରାଜ ଦରବାରକୁ ଆସି ଧନୁଯାତ୍ରାର ଆନୁଷ୍ଠାନିକ ଉଦଘାଟନ କରାଯିବ।  ଆୟୋଜକ କମିଟି ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ସବୁପ୍ରକାର ଚେଷ୍ଟା କରୁଛି। ସାରା ବରଗଡ ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ବିଶେଷ ମୁହିମ ଆରମ୍ଭ କରିଛି। ମଥୁରାବାସୀ ଏହି ଧନୁଯାତ୍ରାର ଆନନ୍ଦ ଅନୁଭବ କରିବା ପାଇଁ ଅପେକ୍ଷାରେ ରହିଛନ୍ତି।