Hot Posts

6/recent/ticker-posts

ଛତିଶଗଡ଼ରେ ମାଓବାଦୀଙ୍କୁ ବଡ଼ ଝଟକା: ବନ୍ଧୁକ ତିଆରି କାରଖାନା ଓ ଶତାଧିକ ଅସ୍ତ୍ର ଜବତ


ମାଲକାନଗିରି, ୧୮/୧ : ଛତିଶଗଡ଼ର ବିଜାପୁର-ସୁକୁମା ସିମାନ୍ତରେ ଏକ ଏନକାଉଣ୍ଟର ପରେ ଏସଟିଏଫ (Special Task Force) ଓ ଡିଆରଜି (District Reserve Guard) ବାହିନୀଙ୍କ କୁମ୍ବିଂ ଅପରେସନରେ ମାଓବାଦୀଙ୍କ ବିଶାଳ ସୁଡଙ୍ଗ ଠାବ ହୋଇଛି। ଘଟଣା ସ୍ଥଳରୁ ଜବତ ହୋଇଛି ଶତାଧିକ ବନ୍ଧୁକ, ତଥା ଅସ୍ତ୍ର ତିଆରି ସମ୍ପର୍କୀୟ ଯନ୍ତ୍ରପାତି।ବିଜାପୁର ଓ ସୁକୁମା ଜିଲ୍ଲା ସୀମାରେ ପୂଜାରୀ ଲଙ୍କା ଜଙ୍ଗଲକୁ ନିଜର ସୁରକ୍ଷା ସ୍ଥାନ ଭାବରେ ବ୍ୟବହାର କରୁଥିଲେ ମାଓବାଦୀ। ଏହାକୁ ଘେରି ଏନକାଉଣ୍ଟର କରିବା ସହ ଏସଟିଏଫ ଓ ଡିଆରଜି ଯବାନମାନେ ସେଠାରେ ଲୁଚିଥିବା ସୁଡଙ୍ଗକୁ ଠାବ କରିଥିଲେ। ସେଠାରୁ ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା, ଶତାଧିକ ବନ୍ଧୁକ, ଏବଂ ବିଭିନ୍ନ ସମର ସାମଗ୍ରୀ ଜବତ ହୋଇଛି।

ଯବାନମାନେ ସୁଡଙ୍ଗ ଭିତରକୁ ପଶିଥିବା ପରେ, ସେଠାରେ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଏବଂ ସାମଗ୍ରୀ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମାଓବାଦୀମାନେ ଦୀର୍ଘ ବର୍ଷ ଧରି ସେଠାରେ ଅସ୍ତ୍ର ନିର୍ମାଣ କରୁଥିବା ତଥ୍ୟ ମିଳିଛି।ସୁକୁମା ଏସପି କିରଣ ଚୌହାନ ଜଣାଇଛନ୍ତି ଯେ, ଏହି ଅପରେସନ ମାଓବାଦୀଙ୍କ ମାନସିକ ଗଢ଼ନକୁ ତଳମୁଳୁଁ ଦେଇବ। ଜଙ୍ଗଲ ଭିତରରେ ଲୁଚି ଥିବା ସୁଡଙ୍ଗକୁ ଠାବ କରି ଅସ୍ତ୍ର ସାମଗ୍ରୀ ଜବତ କରାଯାଇଥିବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।

ଏହି ଅଭିଯାନ କେବଳ ମାଓବାଦୀଙ୍କ ଅସ୍ତ୍ର ଗଢ଼ା କାରଖାନାକୁ ବନ୍ଦ କରିବାକୁ ସହାଯ୍ୟ କରିନାହିଁ, ତାହା ସହ ମାଓବାଦୀମାନଙ୍କ ଦୀର୍ଘକାଳୀନ ଯୁଦ୍ଧ ସାଜସଜ୍ଜାରେ ବଡ଼ ଧକ୍କା ଲଗାଇଛି।